ମୃତ ଘୋଷଣା କଲେ ଡାକ୍ତର, ଘରେ ଜିଇଁ ଉଠିଲା ଶିଶୁ !

ଢେଙ୍କାନାଳ: ମେଡିକାଲରେ ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ଜଣେ ନୁହେଁ ଦୁଇ ଜଣ ଡାକ୍ତର ଶିଶୁଟି ମୃତ ବୋଲି କହିଲେ । ପରିବାର ଲୋକେ ମୃତଦେହ ଧରି ଘରକୁ ପଳାଇ ଆସିଲେ । ହେଲେ ଶିଶୁଟି ଜୀବିତ ଥିବା ଜଣାପଡ଼ିଥିଲା । ଏହାପରେ ଶିଶୁଟିକୁ ପୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ପ୍ରସବ ପରେ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ଅନୁସାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ସକାଳେ ପ୍ରସବ ବେଦନା ପରେ ଟାଉନ ଥାନା ଖମାରସାହିର ପ୍ରଣତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶିଶୁ ଜନ୍ମ ପରେ ତାକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମାଆକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପିଲାଟିକୁ  ଘରକୁ ନେଇ ପଳାଇ ଆସିଥିଲେ ପରିବାର ଲୋକେ । ହେଲେ ପରେ ଛୁଆଟି ଜୀବିତ ଥିବା ଜଣାପଡିବା ପରେ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ନବଜାତର ଚିକିତ୍ସା ଚାଲିଛି ।

ତେବେ କେଉଁ ପରିସ୍ଥିତିରେ ନବଜାତ ଶିଶୁଟିକୁ ଡାକ୍ତର ମୃତ ଘୋଷଣା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।