ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା: ଦାରିଦ୍ର୍ୟତା ଯୋଗୁଁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ
1 min read
ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାରେ ଦାରିଦ୍ର୍ୟତାରୁ ଶିଶୁ ବିକ୍ରି ଘଟଣା। ନନ୍ଦିଘୋଷ ଟିଭିରେ ଡିଲ୍ ର ଖୁଲାସା ପରେ ଟିଟିଲାଗଡ଼ରୁ ବିକ୍ରି ଶିଶୁ ଉଦ୍ଧାର । ଟିଟିଲାଗଡ଼ ପୋଲିସ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରିଛି । ଉଦ୍ଧାର ପରେ ଶିଶୁ ଅସୁସ୍ଥ ଥିବାରୁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲର SNCUରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଶିଶୁକୁ କିଣିଥିବା କୁନି ପଶାୟତକୁ ଟିଟିଲାଗଡ଼ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି । ଶିଶୁ ବିକ୍ରି ଲାଗି ଅନଲାଇନରେ ୫ ହଜାର ଟଙ୍କା ଅଗ୍ରୀମ ଦିଆଯାଇଥିଲା । ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ମାଲପଡ଼ା ମେଟାକାନୀ ମନ୍ଦିର ନିକଟରେ ନବଜାତ ଶିଶୁପୁତ୍ରକୁ ବିକ୍ରି ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଦାରିଦ୍ର୍ୟତା ଯୋଗୁଁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ।