ଏବେ ବି କୁନି ପାଦରେ ଅଳତା ଆଉ ମଥାରେ ସିନ୍ଦୁର ପିନ୍ଧିବାକୁ ବାଧ୍ୟ ହେଉଛନ୍ତି

ନବରଙ୍ଗପୁର: ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ଏକ ବ୍ୟାଧିରେ ପରିଣତ ହୋଇଛି । ସମସ୍ତ ସରକାରୀ ସଚେତନତା ଓ କଟକଣା ଫେଲ ମାରୁଛି । ପ୍ରାପ୍ତ ବୟସ ପୂର୍ବରୁ ନାବାଳିକା ଓ ନାବାଳିକାଙ୍କୁ ବିବାହ କରାଯାଉଛି । ସାମାଜିକ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଏହି କୁସଂସ୍କାରକୁ ରୋକିବାକୁ ପ୍ରୟାସ କରାଯାଉଛି ।

ନବରଙ୍ଗପୁର ଜିଲ୍ଲାରେ ବେଲଗାମ ଭାବେ ବଢି ଚାଲିଛି ବାଲ୍ୟ ବିବାହ ପ୍ରଥା । କାଗଜ କଲମରେ ଅଟକିଯାଇଛି ସରକାରୀ ନିୟମ ଓ ସଚେତନତା । ଏହି କୁସଂସ୍କାରକୁ ରୋକିବା ପାଇଁ ସରକାରୀ ସ୍ତରରେ ବହୁ ପ୍ରୟାସ କରାଯାଉଛି । କିନ୍ତୁ ଆଦିବାସୀ ସଂପ୍ରଦାୟର ଜିଦ୍‌ ଆଗରେ ହାର ମାନୁଛି ସଚେତନତା ।

ବିଭିନ୍ନ ସମୟରେ ଏଭଳି ଘଟଣା ସାମନାକୁ ଆସୁଛି । ପୋଲିସ ଓ ସିଡବ୍ଲୁସି ସହାୟତାରେ ଏହି କୁପ୍ରଥା ରୋକିବାକୁ ପ୍ରୟାସ କରାଯାଉଛି ।  ଗତ ତିନି ବର୍ଷରେ ଜିଲ୍ଲାରେ ୬୩ଜଣ ନାବାଳାକ ଓ ନାବାଳିକାଙ୍କ ବିବାହ ରୋକାଯାଇଛି । କୁସଂସ୍କାରକୁ ରୋକିବାପାଇଁ ସରକାରୀ ନିୟମକୁ କଡ଼ାକଡ଼ି କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି । କେବଳ ସଚେତନତା ମାଧ୍ୟମରେ ହିଁ ବାଲ୍ୟ ବିବାହକୁ ରୋକାଯାଇପାରିବ ।

Leave a Reply