ରାଜଧାନୀରୁ ଅପହୃତ ୨ ନାବାଳିକା ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରୁ ଅପହୃତ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ସଦସ୍ୟ । ପୁରୀ ଯାଉଥିବା ଏକ ବସରେ ତିନି ଜଣ ଯୁବକ ନାବାଳିକାଙ୍କୁ ଚାଲାଣ କରୁଥିଲେ । ସେମାନଙ୍କୁ କଳ୍ପନା ଛକରୁ ବସରୁ ଉଦ୍ଧାର କରାଯାଇଛି । ଉଭୟ ନାବାଳିକା କଟକ ନୂଆବଜାର ଅଞ୍ଚଳର । ସେମାନେ ନବମଶ୍ରେଣୀରେ ପଢୁଥିଲେ ।
ଉଭୟ କୌଶଳ କ୍ରମେ ଚାଲାଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ଆଧାର କାର୍ଡର ଫଟୋ ଉଠାଇ ନେଇଥିଲେ । ଏହି ଆଧା ରକାର୍ଡ ଫଟୋକୁ ନେଇ ତଦନ୍ତ ଚଳାଇଛି ପୋଲିସ । ସେପଟେ ସିଡବ୍ଲୁସିଙ୍କ ନିର୍ଦ୍ଦେଶରେ ଦୁଇ ଉଦ୍ଧାର ନାବାଳିକାଙ୍କୁ ଭିଜେଏସ୍ଏସ୍ ସେଲଟର ହୋମରେ ରଖାଯାଇଛି । ଅଧିକ ତଦନ୍ତ ଜାରି ରହିଛି ।