ଖେଳୁଥିବା ବେଳେ ଅଘଟଣ, ରାସ୍ତାକଡ଼ରେ ଥିବା ପିଚୁ କଡ଼େଇରେ ପଡ଼ିଗଲେ ୩ ଛୁଆ

Child In Pichu Kadai Keonjhar Road Side Accident

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ । କନକନା ଗାଁ ରାସ୍ତା କାମ ଚାଲୁଥିବା ବେଳେ ପିଚୁ କଡ଼େଇରେ ପଡ଼ିଗଲେ ୩ ଜଣ ପିଲା । ଗୁରୁତର ଅବସ୍ଥାରେ ଛୁଆଙ୍କୁ ଉଦ୍ଧାର କରିଛନ୍ତି ଗାଁ ଲୋକ ।

Child In Pichu Kadai Keonjhar Road Side Accident

ସୂଚନା ଅନୁସାରେ କନକନା ଗାଁର ରାସ୍ତା କାମ ଚାଲୁଥିବା ବେଳେ ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା । ଆଜି ସକାଳୁ ପିଲା ଖେଳୁଥିବା ବେଳେ ରାସ୍ତାକଡ଼ରେ ଥିବା ପିଚୁ କଡ଼େଇରେ ପଡ଼ି ଯାଇଥିଲେ । ପିଲାଙ୍କୁ ଉଦ୍ଧାର କରି ଦେହରୁ ପିଚୁ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି ଲୋକ । ସୌଭାଗ୍ୟବଶତଃ ରାସ୍ତା କାମ ବନ୍ଦଥିବାରୁ ପିଚୁ କଡ଼େଇ ଗରମ ନଥିବାରୁ ପିଲାଙ୍କ ବିଶେଷ କ୍ଷୟକ୍ଷତି ହୋଇନାହିଁ ।