ଅଧାରେ ରହିଲା ରକ୍ଷାବନ୍ଧନ, ନଦୀରେ ବୁଡ଼ି ଶିଶୁ କନ୍ୟାର ମୃତ୍ୟୁ

ବାରିପଦା:  ନିଷ୍ପାପ ଶିଶୁ ଟିଏ, ଭାଇ ହାତରେ ରାକ୍ଷୀ ବାନ୍ଧିବାର ସ୍ୱପ୍ନ ଦେଖିଥିବ । ସକାଳୁ ଖୁସିରେ ଖେଳୁ ଥାଏ  । କିନ୍ତୁ ପବିତ୍ର ବନ୍ଧନର ପର୍ବରେ ଯେ, ସେ ସବୁ ସମ୍ପର୍କ ତୁଟାଇ ଚାଲିଯିବ କିଏ ଭାବିଥିଲା ?  ଅଚାନକ  ଗାଁ ମୁଣ୍ଡରେ ଥିବା ନଦୀରେ ବୁଡି ଶିଶୁକନ୍ୟାର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କୁଡୁମଦା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା ।

ମୃତକ ଶିଶୁଟି ହେଲେ କାଳୀଦାସ ଟୁଡୁଙ୍କ ସାଢେ଼ ତିନି ବର୍ଷର ସାନ ଝିଅ । ସେ ନଦୀରେ ଖେଳୁଥିବା ବେଳେ ବୁଡି ଯାଇଥିଲା । ସ୍ଥାନୀୟଲୋକେ ଶିଶୁଟିକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଶିଶୁଟିକୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ରାକ୍ଷୀ ପୂର୍ଣ୍ଣିମାରେ ଏଭଳି ଏକ ଘଟଣାକୁ ବିଶ୍ୱାସ କରି ପାରୁ ନାହାଁନ୍ତି ପରିବାର ଲୋକେ  । ସଭିଙ୍କ ଆଖିରେ ଅସରାଏ ଅଶ୍ରୁ  ।

Leave a Reply