spot_img

Latest Posts

ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ : ପୁଅକୁ ବିକି ଦେଇଛି ମାଆ

ନନ୍ଦିଘୋଷ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଯୋଗୁଁ ନିଜ ଜନ୍ମ କଲା ପୁଅକୁ ବିକି ଦେଇଛି ମାଆ।  ଯାଜପୁର ବ୍ଲକ ବଡ଼ ସୁଆର ଗାଁରେ ଏଭଳି ଅଭାବନୀୟ ଘଟଣା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା। ଗତ ୩ବର୍ଷ ତଳେ ଉଭୟ ପତିପତ୍ନୀ ଅଲଗା ହେବା ଫଳରେ ଏଭଳି ଚରମ ନିଷ୍ପତି ନେବା ଘଟଣା ଏବେ ସାମ୍ନା କୁ ଆସିଛି। ଖବର ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଘଟଣା ର ତଦନ୍ତ ଆରମ୍ଭ କରାଯାଇଛି।

ରାଜ୍ୟରେ ଶିଶୁ ଚୋରି ପରେ ଶିଶୁ ବିକ୍ରି ଅଭିଯୋଗ । ପାରିବାରିକ କଳହରୁ ମାଆ ନେଲା କଠୋର ନିଷ୍ପତ୍ତି । ୭ ବର୍ଷର ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଲା ଜନ୍ମକଲା ମା । ଅଭିଯୋଗ ଆଣିଲେ ବାପା । ଯାଜପୁର ଜିଲ୍ଲା ବଡ଼ସୁଆର ଅଂଚଳର ପ୍ରଶାନ୍ତ ପରିଡ଼ା ନିଜ ପତ୍ନୀ ପୂଜାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଗତ ୪ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁଁ ପତିପତ୍ନୀ ହୋଇଯାଇଥିଲେ । ୪ ବର୍ଷ ପରେ ପୁଅକୁ ବିକି ଦେଇଥିବା କହିଲେ ମାଆ । ଯାହାକୁ ନେଇ ଚିନ୍ତାରେ ପରିବାର ଲୋକେ । ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଅପେକ୍ଷାରେ ପୂରା ପରିବାର ।

ପୁଅକୁ ବିକି ଦେଇଥିବା କଥା ମାଆ ମଧ୍ୟ ସ୍ଵୀକାର କରିଛନ୍ତି । ହେଲେ ପିଲାର କୌଣସି ପତ୍ତା ମିଳିପାରିନାହିଁ । ଏ ନେଇ ପରିବାର ଲୋକ ଗତ ବୁଧବାର ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁଅକୁ ଖୋଜି ଆଣିବାକୁ ନିବେଦନ କରିଥିଲେ।  ଅଭିଯୋଗ କଲାପରେ ବି ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଅତିରିକ୍ତ ଜିଲ୍ଲାପାଳ ଏହାର ତଦନ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି । ପାରିବାରିକ ବିବାଦ ଓ ଅଭାବ ଅନଟନ ଯୋଗୁଁ ଏଭଳି ପିଲା ବିକ୍ରି ହୋଇଥିବା କୁହାଯାଉଥିବା ବେଳେ ନିଖୋଜ ପିଲାକୁ ଉଦ୍ଧାର କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Latest Posts

Don't Miss