ରାଜଧାନୀରେ ପିଲା ଚୋରି ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପିଲା ଚୋରି ଅଭିଯୋଗ । ୨୦ ହଜାର ଟଙ୍କାରେ ୧୧ ବର୍ଷର ପିଲାକୁ ବିକିବାକୁ ଉଦ୍ୟମ । ପିଲା ଚୋରି ଅଭିଯୋଗରେ ସ୍ବାମୀ ସ୍ତ୍ରୀ ଥାନାରେ ଅଟକ । ନୟାଗଡ଼ର ଦମ୍ପତିଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଗତକାଲି ଜାଗମରା ଗାଁରୁ ୧୧ ବର୍ଷର ପିଲାକୁ ଚୋରି କରିନେଇଥିଲେ ଦମ୍ପତି । ଆଉ ୩ ଜଣ ପିଲାଙ୍କୁ ମଧ୍ୟ ଟଙ୍କା ଲୋଭ ଦେଖାଇ ନେବାକୁ ଚେଷ୍ଟା କରିଥିଲେ । ତେବେ ଖୋର୍ଦ୍ଧା ପୁବୁସାହି ନିକଟରୁ ନିଖୋଜ ପିଲା ଉଦ୍ଧାର ହୋଇଛି । ଘରୋଇ ବସ ଯୋଗେ ରାଜ୍ୟ ବାହାରକୁ ନେବାକୁ ଉଦ୍ୟମ କରିଥିଲେ । ପିଲାଟିକୁ ପରିବାରକୁ ହସ୍ତାନ୍ତର ପରେ ସ୍ବାମୀ ସ୍ତ୍ରୀଙ୍କୁ ପଚରା ଉଚରା କରୁଛି ପୋଲିସ ।