ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ଟ୍ରେନ୍ ବାତିଲ୍ ପାଇଁ ରେଲୱେକୁ ଚିଠି

1 min read

ଭୁବନେଶ୍ୱର: ଦେଶର ଏକାଧିକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି । ବିଶେଷକରି ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶରେ ସ୍ଥିତି ଉଦବେଗ ଜନକ । ଯଦିଓ ଓଡ଼ିଶାରେ ସ୍ଥିତି ସେତେଟା ଖରାପ ନୁହେଁ ତଥାପି ସୀମାନ୍ତରେ ଯାତାୟାତ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଓଡ଼ିଶା ସୀମାନ୍ତ ଜିଲ୍ଲାରେ ପ୍ରଭାବିତ କରୁଛି ।

Chief Secretary Writes Railway Board Chairman To Cancel All Train To Odisha From Chhatishgarh

ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରେଲୱେ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମାଙ୍କୁ ଚିଠି ଲେଖିଛନ୍ତି । ଟ୍ରେନରେ ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଲୋକ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନର ପ୍ରମାଣପତ୍ର ରଖିବା ଆବଶ୍ୟକ । ଏହା ଭାରତୀୟ ରେଳବାଇ ସୁନିଶ୍ଚିତ କରିବା ଲାଗି ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ଏହି କଟକଣା ଏପ୍ରିଲ୍ ୧୦ ପର ଠାରୁ ଛାଡ଼ିବାକୁ ଥିବା ସମସ୍ତ ଟ୍ରେନ୍ ପାଇଁ ଲାଗୁ ହେବ ।

ଛତିଶଗଡ଼ରୁ ଛାଡ଼ୁଥିବା ଏବଂ ଛତିଶଗଡ଼ ସୀମା ଦେଇ ଓଡ଼ିଶା ଯାଉଥିବା ସମସ୍ତ ଟ୍ରେନକୁ ଏପ୍ରିଲ ୧୦ରୁ ବାତିଲ୍ କରାଯାଉ । ଲୋକାଲ, ମେଲ୍ ଓ ଏକ୍ସପ୍ରେସ୍ ସମସ୍ତ ଟ୍ରେନକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ୍ କରିବା ପାଇଁ ମୁଖ୍ୟ ଶାସନ ସଚିବ ଚିଠି ଲେଖି ଅନୁରୋଧ କରିଛନ୍ତି । ଏନେଇ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Leave a Reply