କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

1 min read

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଧରଣୀଧର ୟୁନିଭରସିଟି, ଧରଣୀଧର ମେଡ଼ିକାଲ୍ କଲେଜ୍ ଓ କେନ୍ଦୁଝର ମାଇନିଂ ସ୍କୁଲକୁ ଉଚ୍ଚକୋଟୀର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଚଳିତବର୍ଷ ସରିବ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ।

ସେହିପରି ଆନନ୍ଦପୁର ବ୍ୟାରେଜର ପାଣି ବିଦ୍ୟାଧରପୁର ବ୍ୟାରେଜକୁ ଅତିଶୀଘ୍ର ଛଡ଼ାଯିବ ବୋଲି କହିଛନ୍ତି ପ୍ରଦୀପ ଜେନା । ଜିଲ୍ଲାର ମେଗାଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ ଲୋ-ଭୋଲଟେଜ୍ ତଥା ବିଦ୍ୟୁତ୍ କାଟ ସମସ୍ୟା ରହିବ ନାହିଁ ଆଶ୍ବାସନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।