ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ, ଦ୍ୱିତୀୟ ଦିନରେ ନିର୍ମାଣଧୀନ ହକି ଷ୍ଟାଡିୟମର କରିବେ ଅନୁଧ୍ୟାନ

ସୁନ୍ଦରଗଡ଼: ପ୍ରଗତି ପଥରେ ଆଗଉଛି ସୁନ୍ଦରଗଡ଼ । ଜାରି ରହିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ବିଭିନ୍ନ ପ୍ରକଳ୍ପର ସୀମାକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତର ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ । ବିପିୟୁଟି ପରିସରରେ ନିର୍ମାଣାଧୀନ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ । ରାଉରକେଲା ସ୍ମାର୍ଟ ସିଟି ପଷରୁ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବେ ସୁରେଶ ମହାପାତ୍ର ।

ଆଜି ଦିନ ୧୧ଟା ସମୟରେ ଟେନସା ଇକୋ ଟୁରିଜିମ ସାଇଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଇବ୍ ନଦୀରେ ଦୁଇଟି ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ସରିଥିବା ବେଳେ  ଖୁବଶୀଘ୍ର ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଏବର୍ଷ କାର୍ଯ୍ୟକ୍ଷମ ହେବ । ରୋଗୀ ଚିକିତ୍ସା ବି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ  । ଏହି ମେଡିକାଲ କଲେଜରେ ପ୍ରିନସିପାଲ, ସୁପରିଣ୍ଟେଣ୍ଡେଣ୍ଟ, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସରିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ ସୁନ୍ଦରଗଡରେ ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି ।