ବରଗଡ଼ରେ ମୁଖ୍ୟ ଶାସନ ସଚିବ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉପରମୁଣ୍ଡ କାର୍ଯ୍ୟର କଲେ ସମୀକ୍ଷା

ବରଗଡ଼: ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରଥମେ ଜିରୋ ପଏଣ୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉପରମୁଣ୍ଡ କାର୍ଯ୍ୟ ସମୀକ୍ଷା କରିବା ପରେ ସିକିରଡିଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ ଇଣ୍ଟେକ ଓ୍ୱେଲ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ବରଗଡ଼ ଜିଲ୍ଲାର ଅତାବିରା, ବିଜେପୁର ଓ ଗାଇସିଲେଟ ବ୍ଲକକୁ ଜଳ ଯୋଗାଣ ହେବାକୁ ଥିବା ମେଗା ପାଇପ ପାଣି ଯୋଗାଣ ପ୍ରକଳ୍ପର ଉପଚାର ପ୍ଲାଣ୍ଟର ମଧ୍ୟ ପରିଦର୍ଶନ କରିଛନ୍ତି ମୁଖ୍ୟଶାସନ ସଚିବ ।

ଏହି ପ୍ରକଳ୍ପ ମାଧ୍ୟମରେ ୩୪୯ ଗ୍ରାମର ୫ ଲକ୍ଷ ୮୬ ହଜାର ୭୦୫ ଲୋକ ଉପକୃତ ହେବେ । ୨୦୨୩ ଜାନୁଆରୀ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୫୦୮.୭୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାପରେ କୁରୁମକେଲ ଯାଇ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।