ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଆଜି ସମୀକ୍ଷା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର । ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ବୈଠକରେ ସାମିଲ ହେବେ । ଗତ ୩ ତାରିଖ ଠାରୁ କୋଭିଡ କଟକଣା ମଧ୍ୟରେ ଚାଲିଛି ସର୍ବସାଧାରଣ ଦର୍ଶନ । କୋଭିଡ ରିପୋର୍ଟ ନେଗେଟିଭ ବାଧ୍ୟତାମୂଳକ ଥିବାରୁ ଆଶାନୁସାରେ ଭକ୍ତଙ୍କ ସଂଖ୍ୟା ବଢୁନାହିଁ  । ଆଜିର ସମୀକ୍ଷା ବୈଠକରେ ଏ ସବୁ ଦିଗ ଉପରେ ଆଲୋଚନା କରାଯାଇ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି କୁହାଯାଉଛି ।

ସୂଚନା ଯୋଗ୍ୟ ଯେ, ଚଳିତ ମାସ ୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ସିଂହଦ୍ବାର । କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ଦୀର୍ଘ ୧୦ ମାସର ବ୍ୟବଧାନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବାରର ସୌଭାଗ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ ।  କୋଭିଡ କଟକଣା ଭିତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ପ୍ରତିଦିନ ୧୫ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ । କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି ।  ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଇତିହାସ ରଚିବେ ଭାରତୀୟ ମହିଳା, ବିଶ୍ୱର ସବୁଠାରୁ ଲମ୍ବା ଆକାଶ ମାର୍ଗରେ ଚଲାଇବେ ବିମାନ

Leave a Reply