ହକି ବିଶ୍ବକପ ପାଇଁ ସଜେଇ ହେଉଛି ରାଉରକେଲା, ସମୀକ୍ଷା କରିବେ ସଚିବ

ରାଉରକେଲା: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,  ଓ କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ଆଜି ରାଉରକେଲା ଗସ୍ତରେ ଯିବେ । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଵା ସହ ସମୀକ୍ଷା କରିଵାର କାର୍ଯ୍ୟକ୍ରମ ରହିଛି । ସକାଳ ୯ ଟା ୪୫ରେ ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚିଵା ପରେ ସକାଳ ୯ ଟା ୫୫ରେ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସମୀକ୍ଷା କରିବେ ।

ହକି ବିଶ୍ଵ କପ ପୁର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଅନୁଧ୍ୟାନ କରିବେ । ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୧ ଟା ୧୫ରେ ମୁଖ୍ୟ ଶାସନ ସଚିବ ରାଉରକେଲା ବିମାନ ବନ୍ଦର ଠାରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ୧୨ ଟା ୧୫ରେ ଭୁବନେଶ୍ୱର ଫେରିଯିଵାର କାର୍ଯ୍ୟକ୍ରମ ରହିଛି ।