ବାଇ-ଲ’ ପ୍ରତ୍ୟାର ନେଇ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

1 min read
Suresh Mahapatra

ଭୁବନେଶ୍ୱର: ପ୍ରସ୍ତାବିତ ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ଶୀଘ୍ର ବାଇ-ଲ’ ପ୍ରତ୍ୟାହାର ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ନେଇ ଚିଠିରେ ଉଲ୍ଲେଖ ମଧ୍ୟ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପରିସରକୁ ନେଇ ଯେଉଁ ବାଇ-ଲ’ ପ୍ରସ୍ତୁତ କରାଯାଇଛି ତାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଦ୍ୱାରା ଜାରି ବିଜ୍ଞପ୍ତିକୁ ନିଜେ ବିରୋଧ କରିଥିଲେ । ପରେ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିବାରୁ NMA ସଚିବ ଏହି ବାଇ ଲ’କୁ ପ୍ରତ୍ୟାହାର କରିଥିଲେ ।

ସାରା ବିଶ୍ୱର ଠାକୁର ଭାବରେ ପରିଗଣିତ ପ୍ରଭୁ ଲିଙ୍ଗରାଜ । ଏହା ସହିତ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ରହିଛି । ଭକ୍ତି ଭାବର ସହିତ ସମସ୍ତେ ବନ୍ଧା । ସେ ସେବାୟତ ହୁଅନ୍ତୁ ବା ଭକ୍ତ । କିନ୍ତୁ NMAର ବିଜ୍ଞପ୍ତି ପ୍ରତ୍ୟାହାର ନ ହେଲେ ଏହାର ସୌନ୍ଦର୍ଯ୍ୟକରଣ ଓ ପ୍ରଭୁଙ୍କ ନୀତିକାନ୍ତି ତଥା ସେବା ଓ ସେବାୟତ ପ୍ରଭାବିତ ହେବେ ।ଲିଙ୍ଗରାଜ ମନ୍ଦିର ସହ ଯୋଡ଼ି ହୋଇଛି ରାଜ୍ୟବାସୀଙ୍କ ଭକ୍ତି ଓ ଭାବାବେଗ । ଲିଙ୍ଗରାଜ ମନ୍ଦିର ହେଉଛି ଏକ ଶୈବପୀଠ ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହା ଏବେ ମନ୍ଦିର ମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଆଉ ଏହି ସୌନ୍ଦର୍ଯ୍ୟକରଣ ଲାଗି ସ୍ୱଇଚ୍ଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ । ଯଦି ବାଇ-ଲ ପ୍ରତ୍ୟାହାର କରାନଯାଏ ତେବେ ପ୍ରକଳ୍ପର ଉନ୍ନତିକରଣରେ ବାଧାପ୍ରାପ୍ତ ହେବ ।

Leave a Reply