ସ୍ୱାଭିମାନ ଅଞ୍ଚଳରେ ଉନ୍ନତିମୂଳକ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ମାଲକାନଗିରି: ବିକାଶ ପଥେ ସ୍ୱାଭିମାନ ଅଞ୍ଚଳ । ଜାରି ରହିଛି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ନିମନ୍ତେ ମେଗା ପ୍ରକଳ୍ପ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଗସ୍ତରେ ଯାଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ ଜାନବାଇ ହାନ୍ତାଳଗୁଡ଼ା, ଲୁଚାପାଣି ଆଦି ସ୍ଥାନ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପାନୀୟଜଳ ନିମନ୍ତେ ମେଗା ପ୍ରକଳ୍ପ, ଉଠା ଜଳସେଚନ, ଗମନାଗମନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ।
ସେତୁ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ପାନୀୟ ଜଳ ଯୋଗାଣ, ଉଠାଜଳ ସେଚନ ସହ ୩୩ କେଭି ବିଜୁଳି ଯୋଗାଣ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଭୋଲଟେଜ୍ ସମସ୍ୟା ଦୂର ହେବ । ଏହା ସହ ଆରଡି ଓ ପିଡବ୍ଲୁଡି ବିଭାଗ ଦ୍ଵାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଭିତ୍ତିଭୂମି ଓ ଜୀବିକା ଉପରେ ଆଉ କିଛି କାମ କରିବାର ଅଛି ବୋଲି କହିଛନ୍ତି ସୁରେଶ ମହାପାତ୍ର ।