ସଫଳତା ସାଉଣ୍ଟୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
1 min read
ଭୁବନେଶ୍ୱର: ସଫଳତା ସାଉଣ୍ଟୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବାହାର ରାଜ୍ୟରେ ମାସକୁ ହାରାହାରି ୪୦ ହଜାର ରୋଗୀ ଘରୋଇ ମେଡିକାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ୨୦୨୧-୨୨ରେ ପ୍ରାୟ ୨ ଲକ୍ଷ କ୍ଲେମର ସମାଧାନ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୮୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଆଜି ଯୋଜନାର ସମୀକ୍ଷା କରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏବେ ୧୫ଟି ରାଜ୍ୟର ୬୫ଟି ସୁପର ସ୍ପେଶିଆଲିଟି ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସା ସୁବିଧା ମିଳୁଛି । ଘରୋଇ ହସ୍ପିଟାଲର ସମସ୍ତ କ୍ଲେମ ଶୀଘ୍ର ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

କେଉଁ ରାଜ୍ୟରେ ଅଧିକ ଓଡ଼ିଆ ଶ୍ରମିକ ଅଛନ୍ତି ତାର ଏକ ତାଲିକା କରିବାକୁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ସେମାନଙ୍କ ପାଖରେ ଯୋଜନା ପହଞ୍ଚିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ୯୬ ଲକ୍ଷ ଯୋଗ୍ୟ ପରିବାର ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ୯୮ ପ୍ରତିଶତ ଲୋକଙ୍କୁ ମିଳିଛି ସ୍ମାର୍ଟ ହେଲଥ କାର୍ଡ । ଯେଉଁଥିରେ ରାଜ୍ୟର ୩୨୮ଘରୋଇ ହସ୍ପିଟାଲରେ ମିଳୁଛି କ୍ୟାସଲେସ ଚିକିତ୍ସା ସୁବିଧା ।