୨୦୩୬ ବେଳକୁ ଓଡ଼ିଶା ଦେଶର ପ୍ରଥମ ୫ ରାଜ୍ୟ ମଧ୍ୟରେ ଥିବ: ପ୍ରଦୀପ ଜେନା

1 min read

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅତିତର ଓଡ଼ିଶା ଓ ଭବିଷ୍ୟତର ଓଡ଼ିଶା ଉପରେ ଆଲୋକପାତ କରିଥିଲେ । ୨୦୩୬ ବେଳକୁ ଓଡ଼ିଶା ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ଥିବ ବୋଲି କହିଛନ୍ତି ପ୍ରଦୀପ ।

୧୯୯୯ ମହାବାତ୍ୟା କଥା ମନେ ପକାଇ ପ୍ରଦୀପ କହିଥିଲେ, ‘ଓଡ଼ିଶାର ସ୍ଥିତି କେମିତି ଥିଲା ସମସ୍ତେ ଜାଣିଛନ୍ତି । ସେଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା କେଉଁଠି ପହଞ୍ଚିଛି ନିଜେ ଦେଖୁଛନ୍ତି । ଆଗାମୀ ୧୩ ବର୍ଷ ମଧ୍ୟରେ ଅର୍ଥାତ ୨୦୩୬ ମହିହା ବେଳକୁ ଓଡ଼ିଶା ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ପହଞ୍ଚିବ ।’

ଆଗକୁ ସେ କହିଛନ୍ତି, ‘ଏକଦା ଓଡ଼ିଶା ଦେଶରେ ଏକ ଗରିବ ରାଜ୍ୟ ଭାବେ ଗଣା ହେଉଥିଲା । ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି । ଆମେ ଅନେକ ବାଟ ଆସିଛନ୍ତି । ହେଲେ ଆମକୁ ଆହୁରି ବହୁତ ଆଗକୁ ଯିବାର ଅଛି ।’

ସେ କହିଛନ୍ତି, ‘୨୦୦୦ ମସିହା ବେଳକୁ ଚାକିରି କ୍ଷେତ୍ରରେ ବହୁତ କିଛି କରିବାକୁ ସ୍ବପ୍ନ ଥିଲା, ହେଲେ ପାଖରେ ସମ୍ବଳ ନଥିଲା । ୨୦୦୪ ମସିହା ବେଳକୁ ଚଳିବା ଭଳି ଅବସ୍ଥାକୁ ଆସି ପାରିଥିଲେ । ହେଲେ ସ୍ବପ୍ନ ସାକାର ହେବା ଭଳି ସମ୍ବଳ ନଥିଲା । ହେଲେ ଏବେ ସ୍ଥିତି ବଦଳିଛି । ଆମେ ସ୍ବପ୍ନ ଦେଖୁଛନ୍ତି, ଆଉ ଏହି ସ୍ବପ୍ନ ପୂରଣ କରିବାକୁ ଆମ ପାଖରେ ସମ୍ବଳ ବି ଅଛି । ୨୨ରୁ ୨୩ ବର୍ଷ ମଧ୍ୟରେ ଆମେ ବହୁତ କରିପାରିଛନ୍ତି । କିଛି କ୍ଷେତ୍ରରେ ଆଗୁଆ ଅଛନ୍ତି, କିଛି କ୍ଷେତ୍ରରେ ଗନ୍ତବ୍ୟ ସ୍ଥଳ ପାଖାପାଖି ପହଞ୍ଚିଛନ୍ତି । କିଛି କ୍ଷେତ୍ରରେ ପଛରେ ଅଛନ୍ତି, ସମସ୍ତଙ୍କ ସହଯୋଗ ହେଲେ ଆଗକୁ ବଢ଼ି ପାରିବା । ଖାଦ୍ୟ ସୁରକ୍ଷା ହେଉ କି ମିଲେଟ ମିଶନ ହେଉ ଆମର ବହୁତ କାମକୁ ବିଶ୍ବ ପ୍ରଶଂସା କରିଛି । ମିଳିମିଶି କାମ କରି ଏମିତି ଆଗକୁ ବଢ଼ିଲେ ନିଶ୍ଚିତ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା ।’