ନିବେଶକ ସମ୍ମିଳନୀ ପୂର୍ବରୁ ନିବେଶକଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ହାଇଦ୍ରାବାଦ:  ସୋମବାର ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବେ  । ତାପୂର୍ବରୁ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ୧୩ଟି ଉଦ୍ୟୋଗର ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ସୁରେଶ ମହାପାତ୍ର ।

ଆସନ୍ତାକାଲି ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ୱାନ ଟୁ ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବ୍ୟାପକ ସୁବିଧା ବିଷୟରେ ବୁଝାଇ କହିବେ । ନିବେଶ ପାଇଁ ଓଡ଼ିଶା ସର୍ବକୃଷ୍ଟ ରାଜ୍ୟ । ଏଠାରେ ବ୍ୟବସାୟ କରିବା ପାଇଁ ସମସ୍ତ ବ୍ୟବସ୍ଥା ରହିଛି ବୋଲି ମୁଖ୍ୟଶାସନ ସଚିବ ଆଲୋଚନା କରିଛନ୍ତି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ  ।

ଓଡିଶାରେ ପୁଞ୍ଜି ନିବେଶ ନେଇ ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛନ୍ତି ରାଜ୍ୟ ସରକାର  । ମୁମ୍ବାଇ, ବାଙ୍ଗାଲୋର, ଦିଲ୍ଲୀ ପରେ ହାଇଦ୍ରାବାଦରେ ନିବେଶକ ମାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏନେଇ ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ ରହିଛନ୍ତି  । କାର୍ଯ୍ୟକ୍ରମର ପୂର୍ବରୁ ହାଇଦ୍ରାବାଦରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ୧୩ଟି ଉଦ୍ୟୋଗର ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି  ।