ଆଇଏସ୍ ଶିକ୍ଷାନବିଶମାନଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆଇଏଏସ ଶିକ୍ଷାନବିଶମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ଶ୍ରୀମତୀ ରଂଜନା ଚୋପ୍ରାଙ୍କ ନେତୃତ୍ୱରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ୬ ଜଣିଆ ଟିମ୍ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଅଭିନବ ସୃଜନାତ୍ମକ ପ୍ରଚେଷ୍ଟାରୁ ଶିକ୍ଷାଲାଭ କରି ନିଜ ଅଂଚଳରେ କ୍ଷେତ୍ରସ୍ତରୀୟ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି ସିଏସ ।

ରାଜ୍ୟରେ ନୂଆ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି, ଶିଳ୍ପ ପାଇଁ କ୍ଷେତ୍ର ଓ ଭିତ୍ତିଭୂମି ପ୍ରସ୍ତୁତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ପ୍ରକୃତି ପର୍ଯ୍ୟଟନ, ରୋଜଗାର କ୍ଷମତା ବୃଦ୍ଧିକୁ ଗୁରୁତ୍ବ ଦିଆଯାଉଛି । ମହିଳା ସଶକ୍ତିକରଣ, ସହରାଞ୍ଚଳ ଜଙ୍ଗଲ ପରିଚାଳନା, ଗ୍ରାମାଞ୍ଚଳରେ ସହରୀ ସୁବିଧା ଆଦି ମୌଳିକ ସୁବିଧା କ୍ଷେତ୍ରରେ ନୂତନ କୌଶଳର ପ୍ରୟୋଗ ସଫଳତାର ସହ କରାଯାଇଛି ।

ବିଭିନ୍ନ କ୍ଷେତ୍ରରେ ହୋଇଥିବା ରୂପାନ୍ତରଣରୁ ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ସୃଜନାତ୍ମକ ଅଭିନବ ପ୍ରକଳ୍ପ ପ୍ରସ୍ତୁତକରି ନିଜ ନିଜ ଅଂଚଳରେ ପ୍ରୟୋଗ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ସିଏସ ।