୭ଟି ପ୍ରମୁଖ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

1 min read
Chief Secretary Asit Tripathy Reviewed The Progress Of Seven Major Rail Projects

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଭିଡିଓ କନଫରେନ୍ସିଂରେ ଲୋକସେବା ଭବନରୁ ବସିଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଚିବ, ବାଣିଜ୍ୟ ଓ ପରିବହନ ଏବଂ କମିଶନର ରେଲୱେ ସମନ୍ୱୟ ମନୋଜ ମିଶ୍ର ଉପସ୍ଥିତ ଥିଲେ । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶ୍ରୀଘ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । କାର୍ଯ୍ୟସ୍ଥଳ ପରିଦର୍ଶନ କରି ତଦାରଖ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Chief Secretary Asit Tripathy Reviewed The Progress Of Seven Major Rail Projects

ପ୍ରକଳ୍ପ କାର୍ଯ୍ୟ ଲାଗି ସରକାରୀ ଜମିକୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିବାକୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ ଲାଗି ସମୟ ସୀମା ଧାର୍ଯ୍ୟ କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରମୁଖ ୭ଟି ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ୨୮୯ କିଲୋମିଟରର ନୂଆ ରେଳ ଲାଇନ୍ ଲାଗି ୩ ହଜାର ୫୫୦ କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି । ସମ୍ବଲପୁର-ତାଳଚେର ୧୭୪.୧୧ କିଲୋମିଟର ରେଳ ଲାଇନର ଦୋହରୀକରଣ ଲାଗି ୬୭୨.୨୭ କୋଟି ଟଙ୍କା ଅଟକଳ କରାଯାଇଛି ।

ବିଜୟାନଗରମ-ସମ୍ବଲପୁର(ଟିଟିଲାଗଡ଼ ତୃତୀୟ ରେଳ ଲାଇନ୍) ୨୪୬.୬ କିଲୋମିଟର ଟ୍ରାକ୍ ଲାଗି ୨୫୭୫ କୋଟି  । ବୁଢ଼ାପଙ୍କ-ସାଲେଗାଁ (ତୃତୀୟ ଓ ଚତୁର୍ଥ ଟ୍ରାକ୍) ୧୭୦ କିଲୋମିଟର ରେଳ ଲାଇନ୍ ପାଇଁ ୧୧୭୩ କୋଟି ଟଙ୍କା । ରାଉରକେଲା-ଝାରସୁଗୁଡ଼ା (ତୃତୀୟ ରେଳ ଲାଇନ୍) ୧୦୧ କିଲୋମିଟର ଟ୍ରାକ୍ ଲାଗି ୧୧୭୩ କୋଟି ଟଙ୍କା । ଅନୁଗୁଳ-ସୁକିନ୍ଦା ୯୮.୭ କିଲୋମିଟର ନୂତନ ରେଳ ଲାଇନ୍ ଲାଗି ୬୩୮.୫ କୋଟି ଟଙ୍କା । ଏବଂ ତାଳଚେର-ବିମଳାଗଡ଼ ୧୫୫ କିଲୋମିଟରର ନୂଆ ରେଳ ଲାଇନ୍ ଲାଗି ୮୧୦.୭୮ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।

Chief Secretary Asit Tripathy Reviewed The Progress Of Seven Major Rail Projects

ଏହି ସବୁ ପ୍ରକଳ୍ପରେ ଦେଖାଯାଉଥିବା ଅସୁବିଧା ଯେପରିକି- ଜମି ମାଲିକଙ୍କୁ କ୍ଷତିପୂରଣ, ସରକାରୀ ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ମଞ୍ଜୁରୀ, କ୍ଷତିପୂରଣ ବନୀକରଣ, ଟାୱାର ସ୍ଥାପନ, ବନ୍ୟ ଜନ୍ତୁ ମଞ୍ଜୁରୀ ଆଦି ସମସ୍ୟାର ସମାଧାନ ବୈଠକରେ କରାଯାଇଛି । ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ପ୍ରମୁଖ, ପ୍ରମୁଖ ସଚିବ ବାଣିଜ୍ୟ ଓ ପରିବହନ ମଧୁସୂଦନ ପାଢ଼ୀ, ପ୍ରମୁଖ ସଚିବ ଗୃହ ସଞ୍ଜୀବ ଚୋପ୍ରା, ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡି.ପି ଲାଲ୍, ପୂର୍ବତଟ ରେଳପଥର ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply