କନ୍ଧମାଳରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା, ୩୦ ମାସରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

1 min read
Chief Secretary and 5T Secretary visit Kandhamal to review progress of the Rs 450 crores Medical college

ଫୁଲବାଣୀ: କନ୍ଧମାଳ ଗସ୍ତରେ ଯାଇ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡଆନ୍ ଏବଂ ପୂର୍ତ୍ତ ବିଭାଗ ସଚିବ । ଫୁଲବାଣୀରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ୪୫୦ କୋଟି ଟଙ୍କା ବ୍ୟୟରେ ହେବ । ମେଡିକାଲ କଲେଜ କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Image

୨୦୨୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଫୁଲବାଣୀରେ ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଥିଲା । ଫୁଲବାଣୀ ମେଡିକାଲ କଲେଜରେ ୧୦୦ ସିଟ୍ ସହ ୫୦୦ ଶଯ୍ୟା ରହିବ ।

Chief Secretary and 5T Secretary visit Kandhamal to review progress of the Rs 450 crores Medical college

ନିର୍ମାଣ କାର୍ଯ୍ୟ ଲାଗି ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମେଡିକାଲ କଲେଜ ନିର୍ମାଣ ସାରିବା ଲାଗି କଞ୍ଚାମାଲ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ମେଡିକାଲ କଲେଜ ନିର୍ମାଣ ଲାଗି ଚିହ୍ନିତ ହୋଇଥିବା ସ୍ଥାନକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ସହ ଚାରିପଟେ ଗଛ ଲଗାଇଭାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଡ୍ରେନେଜ୍ ଓ ଜଳ ସଂରକ୍ଷଣ ଲାଗି ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।

Image

ସେହିଭଳି 5T ସଚିବ ରୋଗୀଙ୍କ ସମ୍ପର୍କୀୟଙ୍କ ଲାଗି ବିଶ୍ରାମ ଗୃହ ଓ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ମେଡିକାଲ କଲେଜ କ୍ୟାମ୍ପସ ଭିତରେ ଡାକ୍ତର ଓ କର୍ମଚାରୀଙ୍କ ଲାଗି ପରିବେଶ ଉପଯୋଗୀ ବ୍ୟବସ୍ଥା ସହ ଅବସର ବିନୋଦନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ମେଡିକାଲ କଲେଜ ପରିସରରେ ଅଟୋ, ଟ୍ୟାକ୍ସି ଷ୍ଟାଣ୍ଡ ଏବଂ ଏନ୍ଏଚ୍ ନିକଟ ହୋଇଥିବାରୁ ଦୁର୍ଘଟଣା ରୋକିବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି ।

Chief Secretary and 5T Secretary visit Kandhamal to review progress of the Rs 450 crores Medical college

ଫୁଲବାଣୀ ମେଡିକାଲ କଲେଜ କ୍ୟାମ୍ପସରେ ପୁରୁଷ ହଷ୍ଟେଲରେ ୩୦୦ ସିଟ୍, ମହିଳା ହଷ୍ଟେଲରେ ୧୫୦ ସିଟ୍ ସହ ୬୫୦ ସିଟ୍ କ୍ଷମତାର ଅଡିଟୋରିୟମ୍, ୧୦୦ ସିଟର ଆବାସିକ ଡାକ୍ତର ହଷ୍ଟେଲ, ଡାକ୍ତର ଓ କର୍ମଚାରୀଙ୍କ ଲାଗି କ୍ୱାର୍ଟର ରହିବ ।

Image

ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ, 5T ସଚିବ ସରକାରୀ ଏଜେଓ ହାଇସ୍କୁଲ୍, ସରକାରୀ ବାଳିକା ହାଇସ୍କୁଲ ପରିଦର୍ଶନ କରିଥିଲେ । ଶିକ୍ଷକ, ସ୍କୁଲ୍ ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମତାମତ ଆଧାରରେ ଉଭୟ ସ୍କୁଲରେ ଉନ୍ନତିମୂଳକ କାର୍ଯ୍ୟ ଯେଭଳି ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରୀ, ଭିତ୍ତିଭୂମି ବିକାଶ ନେଇ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ଓ ଏସପି ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜଣାଇଛନ୍ତି । କୋଭିଡ୍ ସଂକ୍ରମଣକୁ ଦେଖି କରୋନା କଟକଣାକୁ କଡ଼ାକଡ଼ି ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply