ପଠାନକୋଟରେ ପହଞ୍ଚି ରଣନୀତିର ସମିକ୍ଷା କଲେ ସେନା ମୁଖ୍ୟ ଏମ୍ ନରୱଣେ, କହିଲେ ଯୁଦ୍ଧ ପାଇଁ ଆମ ସେନା ପୁରା ପ୍ରସ୍ତତ ରହିଛନ୍ତି

1 min read

ନୂଆଦିଲ୍ଲୀ: ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍‌ ନରୱଣେ ସୋମବାର ଜମ୍ମୁର ପଠାନକୋଟ ଗସ୍ତ କରିଛନ୍ତି । ଯୁଦ୍ଧ ରଣନୀତି ସ୍ଥିତି ନେଇ କଡ଼ା ସମିକ୍ଷା କରିଛନ୍ତି ସେନା ମୁଖିଆ । ଜେନେରାଲ ନରୱଣେ ରାଇଜିଂ ଷ୍ଟାର କର୍ପସର ଅଗ୍ରଗାମୀ ଅଞ୍ଚଳରେ ନିୟୋଜିତ ସୈନ୍ୟଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଅପରେସନ୍ ପାଇଁ ପ୍ରସ୍ତୁତି ବିଷୟରେ ପଚାରି ବୁଝିଥିଲେ । ସେନା ମୁଖ୍ୟ ମଧ୍ୟ ଗୁର୍ଜ ଡିଭିଜନର ଅଞ୍ଚଳ ପରିଦର୍ଶନ କରିଥିଲେ ।

ସୁରକ୍ଷା ବ୍ୟବସ୍ଥା ଏବଂ କାର୍ଯ୍ୟକ୍ଷମ ପ୍ରସ୍ତୁତି ସମ୍ପର୍କରେ GOC ଗୁର୍ଜ ଡିଭିଜନ ମେଜର ଜେନେରାଲ ଓ୍ୱାଇ.ପି ଖଣ୍ଡୁରୀ ସେନା ମୁଖ୍ୟଙ୍କୁ ସୂଚନା ଦେଇଥିଲେ । ଜେନେରାଲ ନରୱଣେ ସାମରିକ ଅଧିକାରୀଙ୍କୁ ଏହା ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆତଙ୍କବାଦ ଅନୁପ୍ରବେଶ ପାଇଁ ଶୂନ୍ୟ ସହନଶୀଳତା ନୀତି ରହିଛି । ସେ କହିଛନ୍ତି ଯେ ସେନା ଏବଂ ସରକାରଙ୍କ ସମସ୍ତ ଏଜେନ୍ସି କ୍ରମାଗତ ଭାବେ ଏକାଠି କାମ କରୁଛନ୍ତି ।

ଜେନେରାଲ ନରୱଣେ ସ୍ପଷ୍ଟ କରିଛନ୍ତି ଯେ ବିରୋଧୀମାନଙ୍କ ଯୁଦ୍ଧ ଭଳି କାରନାମାକୁ ରୋକିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ । ଜମ୍ମୁ-ପଠାନକୋଟ ଅଞ୍ଚଳ ଗସ୍ତ ସମୟରେ ସେନା ମୁଖ୍ୟ ଜେନେରାଲ ନରୱଣେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୱେଷ୍ଟର୍ଣ୍ଣ କମାଣ୍ଡର ସମସ୍ତ ପଦବୀକୁ ସମ୍ବୋଧିତ କରି ସୈନିକମାନଙ୍କ ମନୋବଳ ବଢ଼ାଇଥିଲେ ।

ସେନା ମୁଖ୍ୟ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଆମର ସେନା ଶତ୍ରୁମାନଙ୍କୁ ରୋକିବାରେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ । କରୋନା ଭୂତାଣୁ ମହାମାରୀ ଏବଂ ଅପରେସନ୍ ନମସ୍ତେ ବିରୋଧରେ ଲଢ଼େଇରେ ୱେଷ୍ଟର୍ଣ୍ଣ କମାଣ୍ଡର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ଏହାପୂର୍ବରୁ ରାଇଜିଂ ଷ୍ଟାର କର୍ପସର ଜିଓସି ଲେଫ୍ଟନେଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସେନା ମୁଖ୍ୟଙ୍କୁ ସୁରକ୍ଷା ଭିତ୍ତିଭୂମିର ନବୀକରଣ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଦେଇଥିଲେ ।

Leave a Reply