ଆଗାମୀ ମାସକ ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

1 min read

ଭୁବନେଶ୍ୱର: ରାଜ୍ୟବାସୀ ସାହସର ସହ କରୋନା ଓ ସୁପର ସାଇକ୍ଲୋନର ମୁକାବିଲା କରିଛନ୍ତି । ସାଇକ୍ଳୋନ୍‌ରେ ଜିରୋ କାଜୁଆଲ୍‌ଟିକୁ ସୁନିଶ୍ଚିତ କରାଯାଇଛି । ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଚ୍ୟାଲେଞ୍ଜିଂ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟବାସୀ ସାହସର ସହ କରୋନା ଓ ସୁପର ସାଇକ୍ଲୋନର ମୁକାବିଲା କରିଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟବାସୀ ସାହସର ସହ କରୋନା ଓ ସୁପର ସାଇକ୍ଲୋନର ମୁକାବିଲା କରିଛନ୍ତି । ସାଇକ୍ଳୋନ୍‌ରେ ଜିରୋ କାଜୁଆଲ୍‌ଟିକୁ ସୁନିଶ୍ଚିତ କରାଯାଇଛି । ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଚ୍ୟାଲେଞ୍ଜିଂ ରହିବ । ସାମାଜିକ ଦୂରତା ଦ୍ଵାରା ହିଁ କରୋନାର ମୁକାବିଲା ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । #NandighoshaTV #OdishaNews #CMNaveen

Nandighosha TV यांनी वर पोस्ट केले मंगळवार, २६ मे, २०२०

କରୋନା ମୁକାବିଲା ନେଇ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରୀ କହିଛନ୍ତି ଯେ,  ଗତ ୨ ମାସ ଧରି ଆମେ ଲକ୍‌ଡାଉନ୍‌ରେ ରହିଆସୁଛେ । ଏହି ସମୟରେ କରୋନା ମୁକାବିଲା ଦିଗରେ ଆମେ ସାମାଜିକ, ବୈଜ୍ଞାନିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନେକ ଶିକ୍ଷା ପାଇଛୁ । ଏହି ଶିକ୍ଷା ଆଧାରରେ କରୋନା ମୁକାବିଲା ନେଇ ଷ୍ଟ୍ର।ଟେଜିରେ ପରିବର୍ତ୍ତନର କରାଯିବ । ଏଥିସହିତ  ଅର୍ଥନୀତି ଓ ଜନଜୀବନ ଯେଉଁଭଳି ସ୍ୱାଭାବିକ ହେବ ସେନେଇ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୫ ଦିନ ଧରି ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହେବ । ତେବେ ସାମାଜିକ ଦୂରତ୍ୱ ସାମାଜିକ ବାସନ୍ଦ ନୁହେଁ । ସଚେତନତା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଏହା ହେଉଛି ଟାର୍ଗେଟ । କରୋନା ଯୋଦ୍ଧା ଓ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯିବ । କରୋନା ପରୀକ୍ଷଣରେ ଓଡ଼ିଶା ଦେଶରେ ଆଗୁଆ ରହିଛି। ICMR ଗାଇଡଲାଇନ୍‌ରେ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ରହିଛି । ଆବଶ୍ୟକ ସ୍ଥଳରେ କ୍ୱାରେଣ୍ଟାଇନ୍ ଅବଧି ଜିଲ୍ଲାପାଳ ବଢ଼ାଇ ପାରିବେ । ୯୫ ପ୍ରତିଶତ ପଜିଟିଭ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଏହା ଆମ ବଳିଷ୍ଠ ଭିତ୍ତିଭୂମି ଓ ସରପଞ୍ଚଙ୍କ ନେତୃତ୍ୱର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ମୁକାବିଲାରେ ପୋଲିସ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କରୋନା ମୁକାବିଲା ଏକ ଲମ୍ବା ଯୁଦ୍ଧ । କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିବା ଲୋକଙ୍କୁ ସାର୍ଟିଫିକେଟ୍ କୋର୍ସ ଦିଆଯିବ । ଟ୍ରେନ୍‌ ଓ ବିମାନ ଚଳାଚଳ ପରେ ବଢ଼ିବ ଚ୍ୟାଲେଞ୍ଜ। ମାନବିକତାର ସହ ବୃତ୍ତିଗତ ଢାଞ୍ଚାରେ ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply