କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଖୁବ୍‌ଶୀଘ୍ର ଜାରି ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାପେକ୍ଷା କରୋନା ସଂକ୍ରମଣର କମୁଥିବାରୁ ଏଥିପାଇଁ ସହଯୋଗ କରିଥିବା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ନବୀନ କହିଛନ୍ତି, ସରକାରଙ୍କ ପକ୍ଷରୁ ଚାଷୀଙ୍କ ଦୁଃଖ ଦୂର ପାଇଁ ପଦକ୍ଷେପ ନିଆଯାଇଛି ।

ସେହିପରି ଲକ୍‌ଡାଉନ୍‌ ସମୟରେ ପାରିବାରିକ ହିଂସା ରୋକିବା ପାଇଁ ପୋଲିସକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ କମିଶନରେଟ ପୋଲିସର ବଡ ପଦକ୍ଷେପ ନେଇଛି । ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର । ନିର୍ଯ୍ୟାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ ।

ରାଜ୍ୟରେ କରୋନା ସଂକ୍ରମଣ ହାର କମୁ୍ଛି । ଏହା ଏକ ଭଲ ସଂକେତ । ଏହା ସଫଳ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ । ଲକ୍‌ଡାଉନ୍‌ ବେଳେ ଚାଷୀଙ୍କ ଦୁଃଖ ବୁଝିବେ ସରକାର । କରୋନା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ରାଜ୍ୟରେ ସଂକ୍ରମଣ ହାର କମିଥିବାରୁ ସେ ଖୁସି ଜାହିର କରିଛନ୍ତି । ଏଥିପାଇଁ କାର୍ଯ୍ୟରତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନ ଓ ପୋଲିସ ଅଧିକାରୀ, ସଫେଇ କର୍ମଚାରୀ ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ନିୟନ୍ତ୍ରଣ ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ସର୍ବୋତ୍ତମ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଲକ୍‌ଡାଉନ୍‌ ସମୟରେ ସରକାର ଚାଷୀଙ୍କ ଦୁଃଖ ବୁଝୁଛନ୍ତି । ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପରିବହନ, ବିକ୍ରି, କୃଷି ଉପକରଣ କ୍ରୟ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୈାଣସି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି, ସେନେଇ ପଦକ୍ଷେପ ନିଆଯାଇଛି । ସେହିପରି ଲକ୍‌ଡାଉନ୍‌ ବେଳେ ପାରିବାରିକ ହିଂସା ଅଭିଯୋଗ ଆସିଲେ, ସହାୟତା କରିବା ସହ ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ କମିଶନରେଟ ପୋଲିସର ବଡ ପଦକ୍ଷେପ ନେଇଛି । ମହିଳା ହିଂସା ରୋକିବାକୁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର । ନିର୍ଯ଼ାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ ।

Leave a Reply