ଗଞ୍ଜାମକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଗିଫ୍ଟ, ୨୮କୋଟିରେ ୧୪ ପ୍ରକଳ୍ପ

1 min read
Hinjilikatu

ଭୁବନେଶ୍ୱର: ଗଞ୍ଜାମକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଗିଫ୍ଟ । ଗଞ୍ଜାମ ଜିଲ୍ଲା ହିଞ୍ଚିଳିକାଟୁରେ ୨୮କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ RMC ପରିସରରେ ୧୬କୋଟି ୭୭ଲକ୍ଷ ୪୧ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩କୋଟି ୨୧ଲକ୍ଷ ୭୬ ହଜାର ଟଙ୍କାରେ ନିର୍ମିତ ବସ୍‌ ଟର୍ମିନାଲ, ୮୫ଲକ୍ଷ ୫୬ହଜାର ଟଙ୍କାରେ ନିର୍ମିତ RMC ମାର୍କେଟ କମ୍ପ୍ଲେକ୍ସ, ୧ କୋଟି ୬୨ଲକ୍ଷ ୬୯ହଜାର ଟଙ୍କାରେ ନିର୍ମିତ ନେତାଜୀ ପାର୍କ, ୧ କୋଟି ୧୩ ଲକ୍ଷ ୧୧ ଟଙ୍କାରେ ଅତ୍ୟାଧୁନିକ ଆମିଷ ବଜାର ଓ ୪୦ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ଅବସରେ ନବୀନ କହିଛନ୍ତି, କରୋନା ବିରୋଧରେ ଗଞ୍ଜାମ ଜିଲ୍ଲା ସାହସର ସହ ଲଢ଼ିଛି । ଗଞ୍ଜାମର ସଫଳତା ସାରା ବିଶ୍ୱ ପାଇଁ ଉଦାହରଣ । ଏବେସୁଦ୍ଧା କରୋନା ଦୂର ହୋଇନାହିଁ, ଏଣୁ ଆମକୁ ସାବଧାନ ହୋଇ ଚଳିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନେ ଏ ଜାତିର ଭବିଷ୍ୟତ, ଦେଶର ଭବିଷ୍ୟତ । ଶିକ୍ଷା କ୍ଷେତ୍ରରେ ହିଞ୍ଜିଳିକାଟୁ ଆଗକୁ ଯାଉ, ଏହା ମୋର ଲକ୍ଷ୍ୟ ବୋଲି କହିଛନ୍ତି ନବୀନ ।

କୋଭିଡ୍‌ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ସେ ହିଞ୍ଜିଳି ଯାଇପାରି ନାହାନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ “କରୋନା ମହାମାରୀ ସହ ଆପଣମାନେ ଯେପରି ଲଢିଲେ, ଗଞ୍ଜାମ ଯେପରି ଲଢିଲା, ତାହା ସାରା ବିଶ୍ୱ ଦେଖିଛି । ଆପଣମାନଙ୍କ ସହଯୋଗରେ କରୋନାକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇଛୁ । ଏଦିଗରେ ଗଞ୍ଜାମର ସଫଳତା ସାରା ବିଶ୍ୱର ପ୍ରଶଂସା ପାଇଥିଲା । ସେଥିପାଇଁ ମୁଁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧି ମାନଙ୍କୁ, ମିଶନ ଶକ୍ତିର ମା’ ମାନଙ୍କୁ ଓ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଉଛି । ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦ ପୁରା ଦୂର ହୋଇନାହିଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ ।” ତେବେ ଏହି କାର୍ଯ୍ୟକ୍ରମକୁ 5T ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।

ସେହିଭଳି ତାଳସାରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ୩୬କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳସାରି ବେଳାଭୂମିର ରୂପରେଖ । ଚନ୍ଦନେଶ୍ଵର-ଉଦୟପୁର ତାଳସାରି ବେଳାଭୂମିର ଚାରିପାଖ ହେବ ଆଲୋକୀକରଣ । ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ । ଏଥିପାଇଁ ଭିଡିଓ କନଫରେନ୍ସ ଜରିଆରେ ୩୬ କୋଟି ଟଙ୍କା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply