ଋଣ ପ୍ରଦାନ ପାଇଁ ୯ଟି ବ୍ୟାଙ୍କକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ୫ ବର୍ଷରେ ମିଶନ ଶକ୍ତିକୁ ୫୦ହଜାର କୋଟି ଋଣ ଦେବା ଲକ୍ଷ୍ୟ । କୃଷକ, ମିଶନ ଶକ୍ତି ଏବଂ MSMEକୁ ଦିଆଯିବ ପ୍ରାଥମିକତା । ୧ ହଜାର ୩୪ ଲକ୍ଷ କୋଟି ଟଙ୍କା ବାର୍ଷିକ ଋଣ ପ୍ରଦାନ କରିବାକୁ ଟାର୍ଗେଟ । କୃଷି, MSME, ମିଶନ ଶକ୍ତିକୁ ଋଣ ଦେବାରେ ଶ୍ରେଷ୍ଠ ୯ଟି ବ୍ୟାଙ୍କକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୧-୨୨ରେ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ୯୩ ପ୍ରତିଶତରୁ ଅଧିକ ରହିଛି । ଏଭଳି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରିବାରେ ଦେଶର ଏକମାତ୍ର ରାଜ୍ୟ ଓଡ଼ିଶା ।

Chief Minister’s Award to Best Performing Banks in Priority Sector Lending

କୃଷି କ୍ଷେତ୍ରରେ ଋଣ ଦେବାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବଲାଙ୍ଗିର ପ୍ରଥମ ସ୍ଥାନରେ ରହିଛି । ଏକ୍ସିସ ବ୍ୟାଙ୍କ, ରାୟଗଡ଼ାକୁ ଦ୍ୱିତୀୟ, ଏକ୍ସିସ ବ୍ୟାଙ୍କ, ସମ୍ବଲପୁର ତୃତୀୟ ସ୍ଥାନରେ ରହିଛି । MSMEକୁ ଋଣ ଦେବାରେ ୟୁନିୟନ ବ୍ୟାଙ୍କ, ବଲାଙ୍ଗିରକୁ ପ୍ରଥମ ପୁରସ୍କାର ମିଳିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ, ଜୟଦେବ ବିହାର, ଭୁବନେଶ୍ୱରକୁ ଦ୍ୱିତୀୟ ପୁରସ୍କାର ମିଳିଛି ।

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ତାଳଚେରକୁ ତୃତୀୟ ପୁରସ୍କାର ମିଳିଛି । ମିଶନ ଶକ୍ତିକୁ ଋଣ କ୍ଷେତ୍ରରେ ଏସବିଆଇ, କଣ୍ଟାବାଞ୍ଝି ପ୍ରଥମ ସ୍ଥାନରେ ରହିଥିବା ବେଳେ ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର ଏସବିଆଇକୁ ଦ୍ୱିତୀୟ ପୁରସ୍କାର ମିଳିଛି । ମାଲକାନଗିରି ଏସବିଆଇକୁ ତୃତୀୟ ପୁରସ୍କାର ମିଳିଛି ।