ଲଘୁଚାପ ବର୍ଷା କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ ଜିଲ୍ଲାପାଳଙ୍କ ସହ ଭିସିରେ କଲେ ଆଲୋଚନା

ଭୁବନେଶ୍ୱର: ଲଘୁଚାପ ବର୍ଷାରୁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ  । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂରେ ଆଜି ସକାଳେ ଆଲୋଚନା କିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ  ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି । ୧୦ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, ଯାଜପୁର, ଢେଙ୍କାନାଳ, ଦେବଗଡ, କେନ୍ଦ୍ରାପଡା, ସୋନପୁର, ଭଦ୍ରକ, ବୌଦ୍ଧ ଓ ବରଗଡ । ଗତ ୪ଦିନ ଭିତରେ ମାଲକାନଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ହୋଇଛି । ଏବଂ ଅନ୍ୟ ୯ ଜିଲ୍ଲା ଗୁଡ଼ିକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ।

ତେବେ  ଲଗାଣ ବର୍ଷା କାରଣରୁ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  । ୧୩ ଏବଂ ୧୪ରେ ଅଧିକ ବର୍ଷା ହୋଇଥିଲା ତା ପରେ ୨ ଦିନ ବର୍ଷା ହୋଇନଥିବାରୁ ସ୍ଥିତି ଏବେ ସାମାନ୍ୟ ରହିଛି । ଅନ୍ୟ ସବୁ ଜିଲ୍ଲା ଯଦି ଦେଖିବା ତେବେ ବିଶେଷ କିଛି କ୍ଷତି ହୋଇନାହିଁ । ପାଟଣାଗଡରେ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ  । ଏହାସହ ଘରଭଙ୍ଗା ଓ ଫସଲ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି  । ୧୮ ତାରିଖରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି ବୋଲି ଏସଆରସି ସୂଚନା ଦେଇଛନ୍ତି  ।

Leave a Reply