ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ, କବିସୂର୍ଯ୍ୟନଗର ସମାରୋହରେ ହେଲେ ସାମିଲ

1 min read

ଗଞ୍ଜାମ: ଗଞ୍ଜାମ ପାଇଁ ନୂଆ ସମ୍ଭାବନା । ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କବିସୂର୍ଯ୍ୟନଗର ତହସିଲ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ବଡ଼ ଆଗୁଳ ନିକଟରେ ଏକ ସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । କବିସୂର୍ଯ୍ୟନଗର ସମାରୋହରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଲେ ବିଭିନ୍ନ SHG ସଦସ୍ୟା ।

ଆଜି ଗଞ୍ଜାମ ଜିଲ୍ଲା ପାଇଁ ୧୯୫୨ କୋଟିରୁ ଅଧିକ ଟଙ୍କାର ୮୨୫ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ ହଜାର ୨ ଶହ ସ୍ବୟଂ ସହାୟକ ଗୋଷ୍ଠୀର ୨.୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୨୯ କୋଟି ଟଙ୍କାର ବିନା ସୁଧରେ ଋଣ ଏବଂ ସହାୟତା ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡ଼ିହ ପଟ୍ଟା ବଣ୍ଟନ କରାଯିବ । ପରେ ହିଞ୍ଜିଳିର କଞ୍ଚୁରୁରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଶେଷରେ ଛତ୍ରପୁରରେ ଏକ ସଭାରେ ଯୋଗଦେଇ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।