CETରେ ହେବ ସଫ୍ଟୱେୟାର ଡେଭେଲପ୍; ସେଣ୍ଟର ଅଫ ଏକ୍ସଲେନ୍ସି ଅନ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସି ଲୋକାର୍ପିତ

1 min read

ଭୁବନେଶ୍ୱର: ସିଇଟି କଲେଜରେ ଲୋକାର୍ପିତ ହେଲା ସେଣ୍ଟର ଅଫ ଏକ୍ସଲେନ୍ସି ଅନ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସି । ଏହାସହ କ୍ୟାମ୍ପସରେ ଅଡିଟୋରିୟମ୍‌ ଏବଂ ଇ-ଲର୍ଣ୍ଣି ସେଣ୍ଟରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେଣ୍ଟରରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଜ୍ଞାନ କୈାଶଳ ପ୍ରୟୋଗ କରି ବିଭିନ୍ନ ସଫ୍ଟୱେୟାର ଡେଭଲପ କରିବେ ।

ସିଇଟି କଲେଜରେ ହେବ ସଫ୍ଟୱେୟାର ଡେଭଲପ୍‌ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି କାମ ପାଇଁ ତିଆରି ହେବ ଅତ୍ୟାଧୁନିକ ଯନ୍ତ୍ରପାତି । କଲେଜର ଛାତ୍ରଛାତ୍ରୀମାନେ ଏହାକୁ ନିର୍ମାଣ କରିବେ । ଅଧିକ ମାନବ ସମ୍ବଳ ଯାହା କରିବାରେ କଷ୍ଟ ହେଉଥିବ ତାହା କରିବ ରୋବର୍ଟ ଭଳି ଅତ୍ୟାଧୁନିକ ଯନ୍ତ୍ର । ଏଭଳି ଏକ ପ୍ରୟୋଗଶାଳାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସିଇଟି କଲେଜ କ୍ୟାମ୍ପରରେ ଆରମ୍ଭ ହୋଇଛି ସେଣ୍ଟର ଅଫ ଏକ୍ସଲେନ୍ସି ଅନ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସି । ଏକାଥରେ ୩୦ ଜଣ M.TEC ଛାତ୍ରଛାତ୍ରୀ ଏହି ତାଲିମ୍‌ ପାଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କ୍ୟାମ୍ପସରେ ୨ହଜାର କ୍ଷମତା ବିଶିଷ୍ଟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌, ଇ-ଲର୍ଣ୍ଣି ସେଣ୍ଟର ଏବଂ ଇ-ଲାଇବ୍ରେରୀର ଲୋକାର୍ପଣ କରିଛନ୍ତି ।

ଅନ୍ୟପଟେ ବୋର ୱେଲରେ ଶିଶୁ ପଡି ମୃତ୍ୟୁ ବରଣ କରିବା ଖବର ଏବେ ଚିନ୍ତା ବଢ଼ାଇଛି । ଏଭଳି ଘଟଣା ଏବେ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ନଜର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସିଇଟି ଛାତ୍ରଛାତ୍ରୀମାନେ ଏକ ସଫ୍ଟୱେୟାର ଡେଭଲପ କରିଛନ୍ତି । ଯାହା ଶିଶୁଟିକୁ ସୁରକ୍ଷିତ ଭାବରେ ବୋରୱେଲରୁ ଉଦ୍ଧାର କରିପାରିବ । ଏଭଳି ବ୍ୟବସ୍ଥା ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ଅଛନ୍ତି । ଏଣିକି ଛାତ୍ରଛାତ୍ରୀମାନେ ରାଜ୍ୟର ବିକାଶରେ ସାମିଲ ହେବା ସହ ନୂଆ ନୂଆ ଟେକ୍ନୋଲୋଜି ବାହାର କରିପାରିବେ ବୋଲି ଆଶା କରିଛନ୍ତି ।

ଭୁବନେଶ୍ୱର ଘାଟିକିଆରେ ଶହେ ଏକରରେ ଚାଲିଛି ସିଇଟି କଲେଜ । ବର୍ତ୍ତମାନ ୪ହଜାର ୨୬୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ୟୁଜି ଏବଂ ପିଜିରେ ୧୧ଟି ବିଟେକ୍‌ ଏବଂ ୨୪ଟି ଏମ୍‌ଟେକ୍‌ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଅଧ୍ୟନ କରୁଛନ୍ତି ।

Leave a Reply