ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା, କହିଲେ ସୁନ୍ଦରଗଡ଼ ମାଟିରେ ଭିରି ରହିଛି ଆତ୍ମୀୟତା

CM Naveen

ଭୁବନେଶ୍ୱର: ସୁନ୍ଦରଗଡ଼ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ଏକ ସ୍ୱତନ୍ତ୍ର ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସୁନ୍ଦରଗଡ଼ର ମାଟି, ପାଣି ଓ ପବନରେ ଭରି ରହିଛି ଆତ୍ମୀୟତାର ଅନୁଭବ । ଆସନ୍ତା ଫେବୃଆରୀ ୧୬ରେ ସୁନ୍ଦରଗଡ଼ ଗସ୍ତ ଯାଇ ଜିଲ୍ଲାବାସୀଙ୍କୁ ଭେଟିବା ନେଇ ମୁଁ ଉତ୍ସାହିତ

ଆସନ୍ତା ୧୬ ତାରିଖରେ ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ୪ ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଉରକେଲା ସହରରେ ଦେଶର ସର୍ବ ଵୃହତ ହକି ଷ୍ଟାଡିୟମ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ପାଇଁ ଭିତ୍ତିପ୍ରସ୍ତର ସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟା ୩୦ ରେ ରାଉରକେଲା ବିମାନବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ରାଉରକେଲା ସହରର ବିପିୟୁଟି ପରିସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିଠାରୁ ହିଁ ସମସ୍ତ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ସେଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ସେଠାରେ ନିଜର ଅଭିଭାଷଣ ରଖିବେ । ସକାଳ ୧୧ଟା ୪୦ ରୁ ୧୨ଟି ୨୩ ପର୍ଯ୍ୟନ୍ତ ରାଉରକେଲାରେ ରହିବେ ମୁଖ୍ୟମନ୍ତ୍ରୀ । ଏନେଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୁଚନା ଦେଇଛନ୍ତି ।

Leave a Reply