spot_img

Latest Posts

ପେନ୍‌ସନ୍‌ଧାରୀଙ୍କ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୧.୬୨ ଲକ୍ଷ ପେନ୍‌ସନ ହିତାଧିକାରୀଙ୍କ ପାଇଁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ସ୍ୱଳ୍ପ ପେନ୍‌ସନ୍‌ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କୁ ସେ ଚିଠି ଲେଖିଛନ୍ତି । ଏହି ପେନ୍‌ସନ୍‌ଧାରୀଙ୍କ ସମସ୍ୟାକୁ ହୃଦୟର ସହ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି ଅବସର ପାଇବା ପରେ ସେମାନେ ସଠିକ୍‌ ସମୟରେ ପେନ୍‌ସନ ପାଇପାରୁ ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ସମାଧାନ କରାଯାଉ ।

ଏହି କର୍ମଚାରୀମାନେ ଦେଶ ପାଇ ମୂଲ୍ୟବାନ ସମୟ ଦେଇଛନ୍ତି । ଏବେ ସେମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଦରକାର । ସେମାନଙ୍କ ସମସ୍ୟା ସମାଧାନ କରନ୍ତୁ ଭାରତ ସରକାର । ପେନ୍‌ସନ୍‌ ସମସ୍ୟା ନେଇ ଇପିଏସ୍‌-୯୫ ପେନ୍‌ସନଧାରୀ ସଂଘର ଅଭିଯୋଗ ରହିଛି ।

Naveen Patnaik

Latest Posts

Don't Miss