କ‘ଣ ପାଇଁ ପଖାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପସନ୍ଦର ଖାଦ୍ୟ ? ଜାଣନ୍ତୁ

1 min read

ଭୁବନେଶ୍ୱର: ଲେଖକ,ରାଜନିତିଜ୍ଞ  ଓ ବିଶ୍ୱର ଅନେକ ଦେଶ ଭ୍ରମଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପସନ୍ଦର ଖାଦ୍ୟ କ’ଣ ? ମୁଖ୍ୟମନ୍ତ୍ରୀଙ୍କ ପସନ୍ଦର ଖାଦ୍ୟ କଣ୍ଟନେଣ୍ଟାଲ ନୁହେଁ । ଖାଣ୍ଟି ଓଡ଼ିଆ ଖାଦ୍ୟକୁ ପସନ୍ଦ କରନ୍ତି ନବୀନ । ତାଙ୍କ ପ୍ରିୟ ଖାଦ୍ୟ ହେଉଛି  ପଖାଳ । ଓଡ଼ିଆଙ୍କ ପ୍ରାଣ ପଖାଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ।  ଏ କଥା ଖୋଦ ସେ ନିଜେ କହିଛନ୍ତି । ଦୁରଦର୍ଶନରେ ପ୍ରସାରିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ଦେଇଥିବା ବିଶେଷ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପଖାଳ ମୋର ପ୍ରିୟ ଖାଦ୍ୟ ।

ଓଡ଼ିଆ ଖାଦ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଣ୍ଟା ଭିଡିଛି । ଆମ ଘର ଆମ ହାଣ୍ଡିଶାଳ ନାମରେ ଚାଲିଥିବା ରୋଷେଇ ପ୍ରତିଯୋଗିତା ଆସନ୍ତାକାଲି ଦୂରଦର୍ଶନରେ ପ୍ରସାରିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନର କଥା କହିଛନ୍ତି । ଓଡ଼ିଆଙ୍କ ଖାଦ୍ୟ ରୁଚି ସମ୍ପର୍କରେ ସୂଚନା ଦେବା ସହ ପଖାଳ ତାଙ୍କ ପସନ୍ଦର ଖାଦ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

https://twitter.com/CMO_Odisha/status/1294178866177560576

ଓଡ଼ିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଛପନ ଭୋଗୀ । ଓଡ଼ିଆ ପର୍ବପର୍ବାଣୀ, ପିଠାପଣା ଓ ଖାଦ୍ୟ ଋଚି ପ୍ରତି ମୋର ବିଶେଷ ଆଗ୍ରହ ରହିଛି । ଓଡ଼ିଶା ବାହାରୁ ମୋ ଘରକୁ ଆସୁଥିବା ଅତିଥିମାନଙ୍କୁ ମୁଁ କେବଳ ଓଡ଼ିଆ ଖାଦ୍ୟ ପରଷିଥାଏ । ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟ ରହିଛି । ବିଶେଷ କରି ପଖାଳ ମୋର ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ନବୀନଙ୍କ ନିମନ୍ତ୍ରଣରେ ଓଡ଼ିଶା ଆସିଥିବା ଦେଶର ବରିଷ୍ଠ ରାଜନେତାଙ୍କୁ ନବୀନ ନିବାସରେ ପଖାଳ ପରସା ଯାଇଥିଲା । ଏହି ନେତଙ୍କା ମଧ୍ୟରେ ଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା ଓ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ।

Leave a Reply