ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

1 min read
Chief Minister mourns On Death Of Senior Journalist Jimut Mangaraj

ଶ୍ରୀନଗର: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକତା କ୍ଷେତ୍ର ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ନବୀନ ।

ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଜୀବନ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ମୃତ୍ୟୁ ହୋଇଥିଲା । ପ୍ରତିଟି ପ୍ରସଙ୍ଗରେ ବଳିଷ୍ଠ ଜ୍ଞାନ ରଖିଥିବା ଜିମୁତ ମଙ୍ଗରାଜଙ୍କ ଅଚାନକ ମୃତ୍ୟୁ ଖବର ସଭିଙ୍କୁ ବିସ୍ମିତ କରିଛି  । ଯାଆଁଳା ମେଡ଼ିକାଲ ସମ୍ମୁଖରେ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦୁର୍ଘଟଣାରେ ଦେହାନ୍ତ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିଥିଲେ ଜିମୂତ । ସେ ବିଜୁ ପଟ୍ଟନାୟକ ଓଡ଼ିଶା ରାଜନୀତି ସମ୍ପର୍କରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ରାଜ୍ୟର ପ୍ରଥମ ରାଜନୈତିକ ଖବରକାଗଜ ‘ନେତା’ର  ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରି ନିଜର ପରିଚୟକୁ ପରିପୃଷ୍ଠ କରିଛନ୍ତି । ସେହିପରି ୩ଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ ଜିମୂତ ମଙ୍ଗରାଜ  । ତାଙ୍କ ବିୟୋଗରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Leave a Reply