ପଦ୍ମଶ୍ରୀ ଧର୍ମପାଲ ଗୁଲାଟିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ପଦ୍ମଶ୍ରୀ ଧର୍ମପାଲ ଗୁଲାଟିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମଡିଏଚ ଗ୍ରୁପ ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ପରଲୋକ ହୋଇଛି । ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛି ମସଲା କିଙ୍ଗ । କିଛିଦିନ ହେବ ସେ ଅସୁସ୍ଥ ହୋଇ ମାତା ଚନ୍ନନ ଦେବୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୃତ୍ୟୁରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି  ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଧର୍ମପାଲ ଗୁଲାଟିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ନିଜର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

MDH ଗ୍ରୁପର ମାଲିକ ଧର୍ମପାଲ ଗୁଲାଟିଙ୍କ ଦେହାନ୍ତ

ତେବେ ୧୯୪୭ରେ ୧୫ଶହ ଟଙ୍କା ନେଇ ଦିଲ୍ଲୀ ଆସିଥିଲେ ଗୁଲାଟି । ୬୫୦ଟଙ୍କାରେ ଘୋଡାଗାଡି କିଣି ଦିଲ୍ଲୀ ରେଲୱେ ଷ୍ଟେସନରୁ କୁଲବ ରୋଡ ଯାଏଁ ଚଲାଉଥିଲେ । ପରେ ଛୋଟିଆ ମସଲା ଦୋକାନ ଖୋଲି ଧିରେ ଧରେ ଏମଡିଏଚ ମସଲା ନାଁରେ ଆରମ୍ଭ ହେଲା ବିଜନେସ୍ । ଗୁଲାଟି ଯେ କେବଳ ମସଲା ବ୍ୟବସାୟ ପାଇଁ ପ୍ରସିଦ୍ଧ ଥିଲେ ତା ନୁହେଁ ହସ୍ପିଟାଲ ସହ ୨୦ରୁ ଅଧିକ ସ୍କୁଲ ମଧ୍ୟ ଖୋଲିଛନ୍ତି ସେ । ତାଙ୍କ ପରିଶ୍ରମ ବଳରେ ସେ ନିଜର ବ୍ୟବସାୟକୁ ଦେଶବ୍ୟାପୀ କରିବା ସହ ନିଜର ସ୍ୱତନ୍ତ୍ର ସ୍ଥାନ ବନାଇପାରିଥିଲେ । ତାଙ୍କ ବିୟୋଗରେ ସବୁଠି ଦୁଃଖର ଛାୟା ଖେଳିଯାଇଛି ।

Leave a Reply