୭୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୭ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read

ବରଗଡ଼: ବରଗଡ଼ ପାଇଁ ବିକାଶ ପ୍ୟାକେଜ୍‌ । ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନସର ହସପିଟାଲ। ବରଗଡ଼ ଟୁକୁର୍ଲାରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମସ୍ତଙ୍କୁ ଜୁହାର କହିବା ସହ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଏଥିସହ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାଘରକୁ ସେ ଲୋକାର୍ପଣ କରିଛନ୍ତି। ବରଗଡ଼ ସହରଠାରୁ ୧୦ କିଲୋମିଟର ଦୂର ଟୁକୁର୍ଲା ଠାରେ ୪୫ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ ହୋଇଛି ।

ଏହାସହ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସାଇନ୍ସ ପାର୍କକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ୭୦ କୋଟି ୬୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୭ଟି ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୋହେଲା-ନୂଆପଡ଼ା ରାସ୍ତାରେ ଅଙ୍ଗ ନଦୀ ଉପରେ ହାଇଲେଭେଲ୍‌ ସେତୁ, ରାଜସ୍ୱ ବିଭାଗ ବିଶ୍ରାମାଗାର ଓ ପଦ୍ମପୁର ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତିକରଣ, ବରଗଡ଼ ରାଜସ୍ୱ ନିରୀକ୍ଷକ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୫୯କୋଟି ୪୪ଲକ୍ଷ ଟଙ୍କାର ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Leave a Reply