ଖୋର୍ଦ୍ଧା ଗୁରୁଜଙ୍ଗରେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read

ଖୋର୍ଦ୍ଧା: ସମର୍ଥ-ସକ୍ଷମ-ସଫଳ । ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭର କରିବାକୁ ଓଡ଼ିଶାରେ ଆରମ୍ଭ ହେଲା ଅଧ୍ୟାୟ । ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଉଦଘାଟିତ ହୋଇଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ଏହା ସହିତ ଜୟପୁର ଫୁଟ୍ ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ସରକାରଙ୍କ ସହାୟତାରେ ମହାବୀର ବିକଳାଙ୍ଗ ସହାୟତା ସମିତି ଗୁରୁଜଙ୍ଗରେ ପ୍ରତିଷ୍ଠା କରିଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସହିତ ବୁଝାବଣା କରିଛି ମହାବୀର ବିକଳାଙ୍ଗ ସହାୟତା ସମିତି । ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର ଓ ଜୟପୁର ଫୁଟ୍ ଭ୍ରାମ୍ୟମାଣ ଯାନ ମାଧ୍ୟମରେ ରାଜ୍ୟର ଦିବ୍ୟାଙ୍ଗଙ୍କୁ ସକ୍ଷମ କରାଯିବ । ଜୟପୁର ଫୁଟ୍ ଭ୍ରାମ୍ୟମାଣ ଯାନ ଜିଲ୍ଲାରୁ ଜିଲ୍ଲାକୁ ବୁଲି ଯୋଗାଇବ ସେବା  ।

ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦଘାଟନ ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରସ୍ତୁତି ବୁଲି ଦେଖିବା ସହ ଏଥିପାଇଁ BMVSSର ଅଧ୍ୟକ୍ଷ ଡ.ଡି ଆର ମେହଟାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମାନବର ଅଙ୍ଗପ୍ରତ୍ୟଙ୍ଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିବ ଆସନ୍ତା ୬ ମାସ ଭିତରେ ରାଜ୍ୟର ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ । ଭିନ୍ନକ୍ଷମଙ୍କୁ ସଶକ୍ତିକରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସହାୟତାର ହାତ ବଢାଇଛି ଜୟପୁର ଫୁଟ । ଦେଶ ଓ ଦେଶ ବାହାରେ ଜୟପୁର ଫୁଟ ଗୁଣାତ୍ମକ ସେବା ଯୋଗାଇ ଆସୁଛି । ଖୋର୍ଦ୍ଧାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ କେନ୍ଦ୍ର ପ୍ରତିଷ୍ଠା ପାଇଁ ସହଯୋଗ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଏମଭିଏସଏସର ଅଧ୍ୟକ୍ଷ ଡ. ଡି.ଆର. ମେହେଟ୍ଟା ।