ବିକ୍ରମଦେବ କଲେଜ ପ୍ଲାଟିନମ ଜୁବୁଲିରେ ମୁଖ୍ୟମନ୍ତ୍ରୀ, ଅଡିଟୋରିୟମ୍ କରିବା ନେଇ କଲେ ଘୋଷଣା

ଜୟପୁର: ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବ । ଏହି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମହାରାଜା ବିକ୍ରମଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମଦେବ କଲେଜ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ। ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିକ୍ରମଦେବ କଲେଜରେ ଆଧୁନିକ ଅଡିଟୋରିୟମ କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଶୈକ୍ଷିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବ । ୧ ହଜାର ସିଟ୍ ବିଶିଷ୍ଠ ଅଡିଟୋରିୟମ ପାଇଁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଶିକ୍ଷା ଦକ୍ଷତା ବଢ଼ାଏ, ସମାଜ ସହିତ ଯୋଡ଼େ । ଯୁବ ସମାଜ ଓଡ଼ିଶାର ଭବିଷ୍ୟତ। ସେମାନେ ସମାଜ ସହିତ ଯୋଡ଼ି ହୋଇ ରୁହନ୍ତୁ । ଭଲ ପାଠ ପଢ଼ି ପରିବାର ତଥା ରାଜ୍ୟର ସ୍ବପ୍ନ ପୂରଣ କରିବାକୁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।