ଭୂରିଭୋଜନକୁ ମନା

1 min read

ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଗସ୍ତ କରୁଥିବା ବେଳେ ମନ୍ତ୍ରୀ ଓ ବଡ଼ ବାବୁମାନଙ୍କୁ ବାହାରେ ମଧ୍ୟାହ୍ନ ଭୋଜନ ନକରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରିବର୍ତ୍ତେ ଅନାଥଶ୍ରମ, ଭିନ୍ନକ୍ଷମ ଏବଂ ଶିଶୁ ଶ୍ରମିକ ମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାରକେନ୍ଦ୍ର ଗୁଡିକୁ ଅଚାନକ ଯାଞ୍ଚ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଖାଦ୍ୟର ଗୁଣବତ୍ତା ସହିତ ସେହି ଅନୁଷ୍ଠାନମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ପ୍ରତ୍ୟକ୍ଷଭାବେ ଜାଣିପାରିବେ । ଏହା ସେସବୁ ଅନୁଷ୍ଠାନମାନଙ୍କର ପରିଚାଳନାରେ ଉନ୍ନତି ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବ । ଏଭଳି ଗସ୍ତକୁ  ଯଥା ସମ୍ଭବ ଗୁପ୍ତ ରଖିବା ସହ ସାଥିରେ ଯେପରି ୩-୪ ଜଣରୁ ଅଧିକ ଲୋକ ନଯାଆନ୍ତି ସେଥିପ୍ରତି ଯତ୍ନବାନ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମାସିକ ଗସ୍ତ ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ')}

Leave a Reply