ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଧାନ ବିଚାରପତି: ପ୍ରସଙ୍ଗ ଉପରେ ତଥ୍ୟବିହୀନ ତର୍କ ଗଣତନ୍ତ୍ରକୁ ଦୁର୍ବଳ କରୁଛି

1 min read

ନୂଆଦିଲ୍ଲୀ: ପ୍ରଧାନ ବିଚରପତି ଏନଭି ରମନା ଗଣମାଧ୍ୟମ ଉପରେ ଶନିବାର ବର୍ଷିଛନ୍ତି  । ଅପରାଧିକ ମାମଲାର ମିଡିଆ ଟ୍ରାଏଲ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଲାଉଛି । ଏପରି ସ୍ଥିତିରେ ଅଭିଜ୍ଞସମ୍ପନ୍ନ ବିଚାରପତିମାନଙ୍କୁ ମଧ୍ୟ ନିଷ୍ପତ୍ତି ନେବାରେ ସମସ୍ୟା ହେଉଛି । ସେ ଆଗକୁ କହିଛନ୍ତି ପ୍ରିଣ୍ଟ ମିଡିଆ ପାଖରେ ଏବେବି ଦାୟିତ୍ୱବୋଧ ଓ ମୂଲ୍ୟବୋଧ ଅଛି ହେଲେ ଇଲେକ୍ଟ୍ରୋନିକ୍ ମିଡିଆର କୌଣସି ଦାୟିତ୍ୱ ଦେଖାଯାଉନାହିଁ ।

ଆଜିର ଦିନରେ ପ୍ରତି ମାମଲାକୁ ନେଇ ମିଡିଆ ଟ୍ରାଏଲ ଆରମ୍ଭ ହୋଇଯାଉଛି । ଅନେକଥର ଅଭିଜ୍ଞ ବିଚାରପତି ଫୈସଲା ଶୁଣାଇବାରେ ସଙ୍କୋଚ ହେଉଛନ୍ତି । ନ୍ୟାୟ ଦେବା ସହ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଭୁଲ ସୂଚନା ଏବଂ ଉଦ୍ଦେଶ୍ୟମୂଳକ ଡିବେଟ ଗଣତନ୍ତ୍ରର ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରମାଣିତ ହେଉଛି । ନଜ ଦାୟିତ୍ୱରୁ ହଟି ଆଗକୁ ଯାଇ ଆପଣମାନେ ଆମ ଗଣତନ୍ତ୍ରକୁ ଦୁଇ ପାଦେ ପଛକୁ ଠେଲି ଦେଉଛନ୍ତି ।

ପ୍ରଧାନବିଚାରପତି ଆଗକୁ କହିଥିଲେ ଆଜିର ଦିନରେ ବିଚାରପତିଙ୍କ ଉପରେ ଆକ୍ରମଣ ବଢୁଛି । ପୋଲିସ ଏବଂ ରାଜନେତାଙ୍କୁ ଅବସର ପରେ ମଧ୍ୟ ସୁରକ୍ଷା ଦିଆଯଆଉଛି, ସେହିଭଳି ବିଚାରପତିମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯିବା ଆବଶ୍ୟକ । ପ୍ରଧାନ ବିଚାରପତି ଏନଭି ରମନା ଶନିବାର ଝାଡଖଣ୍ଡ ଗସ୍ତରେ ଯାଇଥିଲେ । ସବ-ଡଭିଜିନାଲ କୋର୍ଟର ଉଦଘାଟନୀ ସମାରୋହରେ ସେ ଏହି କଥା କହିଛନ୍ତି ।