ରଥଯାତ୍ରା ହେବ କି ନାହିଁ ? ଆରମ୍ଭ ହେଲା ଶୁଣାଣି

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ଜଗତରନାଥ ଜଗନ୍ନାଥଙ୍କ ରଥଯାତ୍ରା । ତେବେ କରୋନା କାଳରେ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଏର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ପ୍ରଧାନବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱାଧୀନ ବେଂଚ ଆବେଦନ ଉପରେ ଶୁଣାଣି କରୁଛନ୍ତି ।

ନାଗପୁରରେ ଥିବା ପ୍ରଧାନ ବିଚାରପତି ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣିରେ ସାମିଲ ହୋଇଛନ୍ତି । ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟ କରୋନା ମହାମାରୀ କାଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ  । ଏହାପରେ ରାଜ୍ୟ ସରକାର ଏବେ କେବଳ ପୁରୀରେ ରଥଯାତ୍ରା ଅନୁମତି ଦେବା ପାଇଁ ଆବେଦନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ତରଫରୁ ପ୍ରିନସିପାଲ ରେସିଡେଣ୍ଟ୍ କମିଶନର ସଂଜୀବ ମିଶ୍ର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ସତ୍ୟପାଠରେ ରାଜ୍ୟ ସରକାର କହିଛନ୍ତି ଯେ, ବିନା ଭକ୍ତ ଓ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ମିଳିଲେ ରାଜ୍ୟ ସରକାର ଏଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବେ । ଗଜପତିଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ସୀମିତ ଭକ୍ତ ଓ ବିନା ସେବାୟତରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କେନ୍ଦ୍ର ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ସପକ୍ଷରେ ଥିବା ଜଣା ପଡୁଛି । କାରଣ  ସଲିସିଟର ଜେନରାଲ ମଧ୍ୟ ଆଶା କରିଛନ୍ତି ଯେ, ବିନା ଭକ୍ତରେ ରଥଯାତ୍ରା ହେବାକୁ ଅନୁମତି ମିଳିବ ।

ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ ବିନା ଭକ୍ତରେ ରଥଯାତ୍ରା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବେଂଚ ସମ୍ମୁଖରେ ମତ ରଖିଛନ୍ତି । ଆଗରୁ ଏହି ମାମଲାର ଶୁଣାଣୀ ଜଣେ ବିଚାରପତି କରିବାର ଥିଲା । କିନ୍ତୁ ପରେ ଏହା ତିନି ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତରିତ କରାଯାଇଛି ।

ଏଣେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଜଣା ପଡିଛି ।

Leave a Reply