ଭିଜିଲାନ୍ସ ଜାଲରେ RWSSର ଚିଫ ଇଞ୍ଜିନିୟର ନିହାର ରଞ୍ଜନ ଦାସ, ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ
1 min read
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା । ଖାରବେଳନଗରରେ ଥିବା ଶ୍ରୀରାମ ମାନସନ୍ ୨୦୧ ନମ୍ବର ଫ୍ଲାଟରେ ରେଡ୍ କରୁଛି ଭିଜିଲାନ୍ସ ।
ସେହିପରି ସମ୍ବଲପୁର ମୋଦିପଡ଼ାରେ ଥିବା ୩ ମହଲା ବିଶିଷ୍ଟ ପୈତୃକ ଘର, ବରଗଡ଼ ରୋହିନିୟାରେ ଥିବା ପୈତୃକ ଘର, ଭୁବନେଶ୍ୱର ଅଫିସ ଚାମ୍ବର, ଖାରବେଳନଗରରେ ଥିବା ସମ୍ପର୍କୀୟଙ୍କ ଘର ଓ ଖୋର୍ଦ୍ଧା ସାନପଲ୍ଲା ଗାନ୍ଧୀନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ । ରେଡରେ ୫ ଡିଏସପି, ୧୨ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟର ଓ ୧୧ ଏଏସଆଇ ସାମିଲ ଅଛନ୍ତି ।