spot_img

Latest Posts

୫ ଜଣରେ ହେବ ଡୋରଟୁ ଡୋର ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍। ଏପ୍ରିଲ ୧୭ରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପୁରୀ ଜିଲ୍ଲାରେ ଲାଗୁ ହୋଇଛି ଆଚରଣ ବିଧି। ଗୋଟିଏ ବୁଥରେ ହଜାରେ ମତଦାତା ଭୋଟ ଦେଇପାରିବେ। ବୁଥ୍ ସଂଖ୍ୟା ଏଥର ୧୭ ପ୍ରତିଶତକୁ ବୃଦ୍ଧି କରାଯାଇଛି। EVM ସଂଖ୍ୟା ବଢ଼ାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ୩ ପ୍ରକାର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି।

ଦିବ୍ୟାଙ୍ଗ, କରୋନା ସଂକ୍ରମିତ, ବୃଦ୍ଧବୃଦ୍ଧାଙ୍କ ପାଇଁ ପୋଷ୍ଟାଲ୍ ବାଲାଟର ହୋଇଛି ବ୍ୟବସ୍ଥା। ବୁଥ ସଂଖ୍ୟା ୨୭୧ରୁ ବୃଦ୍ଧି କରାଯାଇ ୩୪୮ କରାଯାଇଛି। ୧୫୦ ପ୍ରତିଶତରୁ ଅଧିକ EVM ଓ VVPAT ରହିଛି। ଭିନ୍ନକ୍ଷମ ଭୋଟର ସାର୍ଟିଫିକେଟ୍ ଦେଖାଇ ପୋଷ୍ଟାଲ ବାଲଟର ସୁଯୋଗ ପାଇବେ। ୮୦ ବର୍ଷରୁ ଅଧିକ କିମ୍ବା କୋଭିଡ଼ ଲକ୍ଷଣ ଥିବା ଆକ୍ରାନ୍ତ ବ୍ୟକ୍ତି ଆଜିଠାରୁ ପୋଷ୍ଟଲ ବାଲଟ ପାଇଁ ଆବେଦନ କରିପାରିବେ। ଏହା ବିଜ୍ଞପ୍ତି ପ୍ରକାଶର ପ୍ରକାଶ ପାଞ୍ଚ ଦିନ ଯାଏ ଚାଲିବ। ନାମାଙ୍କନ ସମୟରେ ଦୁଇଟି ଗାଡ଼ି ବ୍ୟବହାର ହେବ।

ଡୋର ଟୁ ଡୋର ପ୍ରଚାରରେ ପ୍ରାର୍ଥୀଙ୍କ ସମେତ ୫ ଜଣ ସାମିଲ ହୋଇପାରିବେ। SRC ଗାଇଡ଼ଲାଇନ ଅନୁସାରେ ସଭା ସମିତି ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ। ପୋଲିଂ ଅଧିକାରୀଙ୍କ ଟ୍ରେନିଂ ହେବ। ନିର୍ବାଚନ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ନିଆଯାଇ ସେମାନଙ୍କୁ ଟିକା ଦିଆଯିବ। ଏଥି ପାଇଁ ଜଣେ ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ରହିବେ। କରୋନା କଟକଣାରେ ଉପନିର୍ବାଚନ ପ୍ରକ୍ରିୟା ସରିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ ଭୋଟର। ଅଙ୍ଗନବାଡି ଓ ଆଶା କର୍ମୀ ପ୍ରତି ବୁଥରେ ନିୟୋଜିତ ରହିବେ। ସବୁ କର୍ମଚାରୀ ଓ ଭୋଟରଙ୍କ ଥର୍ମାଲ ସ୍କାନିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Latest Posts

Don't Miss