spot_img

Latest Posts

ଶିଶୁପାଳ ହେବା ପରେ ନାବାଳିକା ଶାଳିକୁ ବିବାହ କଲା ବର, ତା ପରେ ଏମିତି ହେଲା

କଳାହାଣ୍ଡି: ବାଜା ବଜାଇ ବାଣ ଫୁଟାଇ ରୋଷଣୀ ନେଇ ବର ଆସିଥିଲା। ଧୁମଧାମରେ ବାଣ ରୋଷଣୀ ସହ ଭୋଜି ଭାତ ମଧ୍ୟ ହେଲା। ହେଲେ ଠିକ୍‌ ସମୟରେ ସବୁ କିଛି ଓଲଟି ଗଲା। ବାହା ବେଦୀରୁ ଫେରାର ହୋଇଗଲା କନ୍ୟା। ପରେ ଫେରାର ହୋଇଯାଇଥିବା କନ୍ୟାର ନାବାଳିକା ଶାଳିକୁ ବିବାହ କଲା ଶିଶୁପାଳ ବର।

ତେବେ ବିବାହ ପରେ ପୋଲିସର ଜାଲରେ ଫସିଗଲେ ଶିଶୁପାଳ ବର। ନାବାଳିକା କନ୍ୟାକୁ ବିବାହ କରିଥିବାରୁ ପୋଲିସ ବରକୁ ଅଟକ ରଖିବା ସହ ନାବାଳିକାକୁ ଉଦ୍ଧାର କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ତେନ୍ତୁଲି ଖୁଣ୍ଟି ଗାଁରେ। ଗତକାଲି ରାତିରେ ଜୟପାଟଣା ଥାନା ବଡ଼କର୍ଲା କୋଟମାଲ୍ ପଡ଼ା ଗାଁକୁ ତେନ୍ତୁଲିଖୁଣ୍ଟି ଗାଁରୁ ବର ବରଯାତ୍ରୀ ନେଇ ଆସିଥିଲା।

ହେଲେ କନ୍ୟା ଘରେ ପହଞ୍ଚିଲା ବେଳକୁ ବାହା ବେଦିରୁ କନ୍ୟା ଫେରାର୍ ହୋଇଯାଇଥିଲା। ଫେରାର ପରେ ନାବାଳିକା ସାଳିକୁ ବିବାହ କରି ନିଜ ଗାଁକୁ ଫେରି ଥିଲା ବର। ପରେ ଅଭିଯୋଗ ପାଇ ଜୟପାଟଣା ସିଡିପିଓ ଓ ପୋଲିସ ନାବାଳିକାକୁ ଉଦ୍ଧାର କରିଛି।

Latest Posts

Don't Miss