ଦର୍ଜୀ ପୋଖରୀ ଛକରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

ପୁରୀ: ଦର୍ଜୀ ପୋଖରୀ ଛକ ଠାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । କିଛି ଯୁବକ ତଳମାଳି ସାହିର ଶୁଭମ ବାରିକକୁ ଛୁରା ମାଡ କରିଥିଲେ । ଯଦ୍ୱାରା ସେ ଆହତ ହୋଇଛନ୍ତି ।
ମିଲିଥିବା ସୂଚନା ମୁତାବକ ଆହତ ଯୁବକଙ୍କ ଗୋପାଳପୁରରେ ରହିଛି ନିଶା ନିବାରଣ କେନ୍ଦ୍ର । ନିଶା ନିବାରଣକୁ ନେଇ ଆକ୍ରମଣ ହୋଇଥିବା ସୂଚନା । ପୂର୍ବରୁ କିଛି ଘଟମାକୁ ନେଇ କାହା ସହ ଶୁଭମଙ୍କର ବିବାଦ ରହିଥିଲା । ଶୁଭମଙ୍କର ପୂର୍ବ ଶତ୍ରୁ କିଏ ଥିଲେ କି, ତାହା ଉପରେ ଫୋକସ କରୁଛି ପୋଲିସ ।