spot_img

Latest Posts

ବାଲି ଚୋରାଚାଲାଣ ବେଳେ ପୋଲିସକୁ ଆକ୍ରମଣ

ଛେଣ୍ଡିପଦା : ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଚଢ଼ାଉ ବେଳେ ଆକ୍ରମଣ କଲେ ବାଲି ମାଫିଆ ।ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିଲା । ଖବର ପାଇ ପୋଲିସ ଓ ଲଘୁ ଖଣିଜ ବିଭାଗର କର୍ମଚାରୀ ମାନେ ଚଢ଼ାଉ କରିଥିଲେ l ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଅନ୍ୟ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅନ୍ଧାରିକଟା ନିକଟରୁ ଜବତ କରିଥିଲେ l ବେଆଇନ ବାଲି ବୋଝଇ ଟ୍ରାକ୍ଟରକୁ ଥାନାକୁ ଆଣୁଥିବା ବେଳେ ପୁରୁଣାପାଣି ନିକଟରେ ବାଲି ମାଫିଆମାନେ ଅଟକାଇ ପୋଲିସକୁ ମାଡ଼ ମାରି ଜବତ ଟ୍ରାକ୍ଟରକୁ ନେଇ ଫେରାର ହୋଇ ଯାଇଥିଲେ l ଖଣି ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି lଏନେଇ ଛେଣ୍ଡିପଦା ପୋଲିସ ପକ୍ଷରୁ ଚଢ଼ାଉ କରି ଜଣଙ୍କୁ ଅଟକ ରଖି ଘଟଣାର ଛାନବିନ ଚଳାଇଛି l

Latest Posts

Don't Miss