‘ମହଲା କ୍ଲାସ’ ପାଇଁ ଚର୍ଚ୍ଚାରେ ସିନେମା ବାଲା ବାବୁ, ମୋଟର ସାଇକେଲରେ ଚାଲିଛି କ୍ଲାସ
2 min readଛତିଶଗଡ଼: ଗତ ମାର୍ଚ୍ଚ ମାସ ଠାରୁ ଲକଡାଉନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହାକୁ ନଜରରେ ରଖି ଅନଲାଇନ କ୍ଲାସ ଆରମ୍ଭ ହୋଇଛି । ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ରହିଛି । ଏବେ ସାମାଜିକ ଦୂରତାକୁ ନଜରରେ ରଖି ନୂଆ ଗାଇଡଲାଇନ ସହିତ ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତି ଜାରି ରହିଛି । ଏଭଳି ପରିସ୍ଥିତିରେ ଛତିଶଗଡ଼ର କୋରିୟା ଜିଲ୍ଲାରେ ଶିକ୍ଷକ ଅଶୋକ ଲୋଧି ପିଲାଙ୍କୁ ପଢାଇବାର ଏକ ନିଆରା ପ୍ରୟାସ ଆପଣାଇଛନ୍ତି । ସେ ‘ମହଲା କ୍ଲାସ’ ଆରମ୍ଭ କରିଛନ୍ତି । ତେବେ ସାହି ମାନଙ୍କରେ ବୁଲି ବୁଲି ସେ ପିଲାଙ୍କୁ ପାଠ ପଢାଉଛନ୍ତି । ମୋଟର ସାଇକେଲରେ ଏକ ଟିଭି ଲଗାଇ ସେଥିରେ ପିଲା ମାନଙ୍କୁ ପାଠ ପଢାଉଛନ୍ତି ଉକ୍ତ ଶିକ୍ଷକ । ଟିଭି ସହିତ ସ୍ପିକର ସାଙ୍ଗରେ ନେଇ ବୁଲୁଛନ୍ତି ଅଶୋକ । ପଢା ସହିତ ପିଲାମାନେ କାର୍ଟୁନ ମଧ୍ୟ ଦେଖୁଛନ୍ତି ।
Chhattisgarh: Nicknamed ‘cinema wale babu’, a teacher in Koriya conducts ‘mohalla’ classes for school students with TV & speaker on his motorcycle. “I thought this is a good way to attract students,” he says
“It’s fun. We watch cartoons & study at the same time,” says a student pic.twitter.com/cPML94eHTN
— ANI (@ANI) September 12, 2020
“I don’t bear any extra cost as the TV is from our school & I am anyway supposed to visit places to take classes. Local administration also encouraged me,” says teacher Ashok Lodhi who has earned the moniker of ‘Cinema wale babu’ for his innovative teaching methods. #Chhattisgarh https://t.co/sY4qP8O1UO pic.twitter.com/nkTWVWbPQ7
— ANI (@ANI) September 12, 2020
ଏହି କ୍ଲାସ ପାଇଁ ଅଶୋକ ଲୋଧି ସିନେମା ବାଲା ବାବୁ ନାମରେ ପରିଚିତ ହୋଇ ସାରିଛନ୍ତି । ତେବେ ନିଜର ଏଭଳି ନିଆରା ସ୍କୁଲ ପାଇଁ କିଛି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁନାହିଁ ବୋଲି ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଅଶୋକ । ତେବେ ସେ ସାଙ୍ଗରେ ନେଉଥିବା ଟିଭିଟି ସ୍କୁଲର ଏବଂ ତାହାକୁ ଭିନ୍ନ ଭିନ୍ନ ସ୍ଥାନକୁ ନେଇ କ୍ଲାସ କରିବା ତାଙ୍କ କର୍ତ୍ତବ୍ୟରେ ସାମିଲ ଅଛି ବୋଲି ସେ କହିଛନ୍ତି ।