ଛତିଶଗଡ଼ ସୁକମା ପୋଲିସକୁ ବଡ଼ ସଫଳତା, ୫ ନକ୍ସଲ ଗିରଫ

1 min read
Terrorist

ଛତିଶଗଡ଼: ଛତିଶଗଡ଼ ସୁକମା ପୋଲିସକୁ ବଡ଼ ସଫଳତା । ୫ ନକ୍ସଲଙ୍କୁ ଗିରଫ କରିଛି ପୋଲିସ୍ । ଏହାସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ଗାଦିରସ୍ ଥାନା ଅନ୍ତର୍ଗତ ଗୁଫଡ଼ି ଜଙ୍ଗଲ ନିକଟରେ ନକ୍ସଲ ଲୁଚିଥିବା ଗୁଇନ୍ଦା ସୂଚନା ପରେ DRG ଯବାନ ଏବଂ CRPF ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଯବାନଙ୍କୁ ଦେଖି ନକ୍ସଲ ପ୍ରଥମେ ଗୁଳିଚାଳନା କରିଥିଲେ ।

Terrorist

ତେବେ ଯବାନଙ୍କ ପାଲଟା ଆକ୍ରମଣରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ଯବାନମାନେ ଗୁଫଡି ଜଙ୍ଗଲ ନିକଟରେ ସର୍ଚ୍ଚ ଅପରେସନ କରିବା ପରେ ୫ ଜଣ ନକ୍ସଲଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଗିରଫ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ସୋଡି ଭିମା, ମାଡବି ଲଖମା, ମାଡକାମ୍ ବଣ୍ଡି, ମାଡବି ନନ୍ଦା ଓ କିକିଡ ଗଙ୍ଗା ।

Terrorist

ସେମାନେ ମିଲିଟାରୀ ପ୍ଲାଟୁନ୍ ସଂଗଠନରେ କାର୍ଯ୍ୟରତ ଥିଲେ । ସେମାନଙ୍କ ନିକଟରୁ ଟିଫିନ୍ ବୋମା, ଡିଟୋନେଟର୍, ଜିଲେଟିନ ରଡ଼ ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply