spot_img

Latest Posts

ମହାନଦୀ ପରେ ଏବେ ପଞ୍ଚାୟତ ଉପରେ ଲୋଭ, ପଞ୍ଚାୟତବାସୀଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି ଛତିଶଗଡ଼

ବରଗଡ଼: ବରଗଡ଼ ଜିଲ୍ଲାର ଚର୍ଦ୍ଦାପାଲି ପଞ୍ଚାୟତବାସୀଙ୍କୁ ପ୍ରଲୋଭିତ କରିବାକୁ ଛତିଶଗଡ଼ ସରାଇପାଲି ବିଧାୟକଙ୍କ ପ୍ରୟାସ। ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଇଛନ୍ତି ସରାଇପାଲି ବିଧାୟକ। ଲୁହୁରାକୋଟ, ଲହଣ୍ତିପୁର, ଗୁଣ୍ତିଚାଡିହି, ଚର୍ଦ୍ଦାପାଲି, ଚଙ୍ଗରିଆ, ମାଲିଡିହି ଗାଁକୁ ନେଇ ଚର୍ଦ୍ଦାପାଲି ପଞ୍ଚାୟତ ଗଠିତ। ଚର୍ଦ୍ଦାପାଲିର ଦୁଃଖ ସାଜିଛି ଚାରିପଟେ ଘେରି ରହିଥିବା ଅଙ୍ଗନଦୀ, ସୁରୁଙ୍ଗି ନଦୀ, ଚିରାଲ ନଦୀ ଏବଂ ଝାଞ୍ଜ ପାହାଡ଼। ଅଙ୍ଗନଦୀ ଯୋଗୁଁ ପ୍ରାୟ ସାତ ମାସ ଡଙ୍ଗା ସାହାଯ୍ୟରେ ନଦୀ ପାରି ହେଉଛନ୍ତି ଲୋକେ।

ଏହାର ସୁଯୋଗ ନେଇ ସରାଇପାଲି ବିଧାୟକ ଦୁଇ ଥର ଏଠାକାର ଲୋକଙ୍କୁ ସାକ୍ଷାତ କରି ପ୍ରଲୋଭିତ କରିଛନ୍ତି। ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଘଟଣାରେ ପ୍ରଶାସନିକ ସ୍ତରରେ ତଦନ୍ତ କରାଯିବା ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ଓଡ଼ିଶା ସରକାର ଆଗେଇ ଆସିବେ ବୋଲି ବରଗଡ଼ ବିଧାୟକ କହିଛନ୍ତି।

Latest Posts

Don't Miss