ବାହାଘର ଗିଫ୍ଟ ଖୋଲୁଖୋଲୁ ଭୟଙ୍କର ବିସ୍ଫୋରଣ, ନବବିବାହିତ ସମେତ ଦୁଇ ମୃତ

କବିରଧାମ: ଛତିଶଗଡ଼ର କବିରଧାମରେ ଅଭାବନୀୟ ଘଟଣା ଘଟିଛି । ବାହାଘରରେ ମିଳିଥିବା ଗିଫ୍ଟ ଖୋଲୁ ଖୋଲୁ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ନବବିବାହିତ ଯୁବକ ସହ ବଡ଼ ଭାଇର ମୃତ୍ୟୁ ହୋଇଯାଇଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ରେଙ୍ଗାଖାର ଥାନା ଅନ୍ତର୍ଗତ ଚମାରୀ ଗାଁର ହେମେନ୍ଦ୍ର ମରାବୀଙ୍କ ବିବାହ ଏପ୍ରିଲ୍ ୧ରେ ହୋଇଥିଲା । ସୋମବାର ଦିନ ପରିବାର ଲୋକେ ବାହାଘରରେ ମିଳିଥିବା ଉପହାର ଖୋଲିବାରେ ଲାଗିଥିଲେ। ପରେ ଏକ ଗିଫ୍ଟ ଖୋଲିବାରୁ ସେଥିରୁ ମ୍ୟୁଜିକ ସିଷ୍ଟମ ମିଳିଥିଲା । ମ୍ୟୁଜିକ ସିଷ୍ଟମକୁ ବୋର୍ଡରେ ଲଗାଇ ଯେତେବେଳେ ଅନ୍ କରାଯାଇଥିଲା, ଅଚାନକ ସେତେବେଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଘରର ଛାତ ଓ କାନ୍ଥ ଉଡ଼ିଯାଇଥିଲା ବେଳେ ଘଟଣାସ୍ଥଳରେ ମରାବୀଙ୍କ ମୃତ୍ୟୁ ଘଟିଥିଲା ।

Marriage In December, Know The Latest Corona Guidelines

ଏହି ଦୁର୍ଘଟଣାରେ ହେମେନ୍ଦ୍ରଙ୍କ ବଡ଼ ଭାଇ ଏବଂ ଦେଢ ବର୍ଷର ଶିଶୁ ସମେତ ୪ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହେମେନ୍ଦ୍ରଙ୍କ ବଡ଼ଙ୍କ ମୃତ୍ୟୁ ଘଟିଥିଲା । ତେବେ ବିସ୍ଫୋରଣ କାରଣ ଏଯାବତ୍ ଜଣାପଡିନଥିଲା ବେଳେ ଘଟଣାସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛି।